ରାଜ୍ୟରେ ଦିନିକିଆ ରେକର୍ଡ ଭାଙ୍ଗିଲା କରୋନା ମିଟର । ଗତ ୨୪ ଘଂଟାରେ ୪ ହଜାର ୧୯୮ ନୂଆ ମାମଲା : ଖୋର୍ଦ୍ଧାରେ ସବୁଠୁ ଅଧିକ ୭୫୮, ବିଶ୍ୱରେ ପ୍ରତି ୩ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଭାରତୀୟ

287

କନକ ବ୍ୟୁରୋ : ନଜର ପକାନ୍ତୁ ଆଜି କରୋନା ସଂକ୍ରମଣରେ ରାଜ୍ୟର ପ୍ରଥମ ୫ଟି ସ୍ଥାନରେ ରହିଥିବା ଜିଲ୍ଲାର ସ୍ଥିତି ଉପରେ ।
ଖୋର୍ଦ୍ଧାରୁ ସର୍ବାଧିକ ୭୫୮ ଆକ୍ରାନ୍ତ
କଟକରୁ ୩୬୭ ଆକ୍ରାନ୍ତ
ପୁରୀରୁ ୩୧୦ ଆକ୍ରାନ୍ତ
ସୁନ୍ଦରଗଡରୁ ୧୯୫ ଆକ୍ରାନ୍ତ
ବଲାଙ୍ଗୀରରୁ ୧୯୭ ଆକ୍ରାନ୍ତ

ଗତ ୪ ଦିନ ଭିତରେ ଓଡିଶାରେ କ’ଣ ରହିଛି କୋଭିଡ ସ୍ଥିତି ।
ସେପ୍ଟେମ୍ବର ୧୧ – ୩,୯୯୬ ପଜିଟିଭ
ସେପ୍ଟେମ୍ବର ୧୨ – ୩,୭୭୭ ପଜିଟିଭ
ସେପ୍ଟେମ୍ବର ୧୩ – ୩,୯୧୩ ପଜିଟିଭ
ସେପ୍ଟେମ୍ବର ୧୪ – ୪, ୧୯୮ ପଜିଟିଭ

କରୋନାର ଏହି ବଢୁଥିବା ପାରା ବୟାନ କରୁଛି ସଂକ୍ରମଣ ସଂଖ୍ୟା କିପରି ବଢି ବଢି ଚାଲିଛି । ଗତ ୪ଦିନ ଧରି ଏହା ୩ରୁ ୪ହଜାର ମଧ୍ୟରେ ରହୁଥିବା ବେଳେ ଆଜି ୪ ହଜାର ପାର କରିଯାଇଛି । ଯାହାକି ଏ ପର୍ଯ୍ୟନ୍ତ ରାଜ୍ୟରେ ହୋଇଥିବା ସଂକ୍ରମଣ ମଧ୍ୟରେ ସର୍ବକାଳୀନ ରେକର୍ଡ । ଏତେ ସଂଖ୍ୟକ ସଂକ୍ରମିତ ବାହାରିବା ପଛର କାରଣ ହେଉଛି ପରୀକ୍ଷା ସଂଖ୍ୟା ଆଗ ଅପେକ୍ଷା ବଢିବା ।

ଅଗଷ୍ଟ ୧୫- ମୋଟ ସଂକ୍ରମିତ ୫୭, ୧୨୬ ଥିବା ବେଳେ ୨୪୯୬ ଜଣ ପଜିଟିଭ
ଅଗଷ୍ଟ ୨୬- ମୋଟ ସଂକ୍ରମିତ ୮୭,୦୬୨ ଥିବା ବେଳେ ୩୩୭୧ ଜଣ ପଜିଟିଭ
ସେପ୍ଟେମ୍ବର ୧୪- ମୋଟ ସଂକ୍ରମିତ ୧ ଲକ୍ଷ ୫୫ ହଜାର ୫ ଥିବା ବେଳେ ୪,୧୯୮ ଜଣ ପଜିଟିଭ

ଖାଲି ରାଜ୍ୟ କାହିଁକି ଦେଶରେ ଦୈନିକ ସଂକ୍ରମଣ ହାରରେ ପୁଣି ଭାରତର ଅଲୋଡା ରେକର୍ଡ । ମିଳିଥିବା ସୂଚନା ଅନୁସାରେ ପ୍ରତି ଦିନ ସାରା ବିଶ୍ୱରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରତି ୩ଜଣରେ ଜଣେ ଭାରତୀୟ ରହିଛନ୍ତି । ସେପଟେ ଆଜି ସଂସଦରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ତଥ୍ୟ ରଖିଛନ୍ତି, ଭାରତରେ ୯୨ ପ୍ରତିଶତ ହେଉଛି ଏ-ସିମ୍ପଟୋମାଟିକ । ୫.୮ ପ୍ରତିଶତ ଲୋକେ ଅକ୍ସିଜେନ ଥେରାପି ଚାହୁଛନ୍ତି ଏବଂ ୧.୭ ପ୍ରତିଶତ ଲୋକଙ୍କ ଇନଟେନସିଭ କେୟାର ଜରୁରୀ ।

ନଜର ପକାନ୍ତୁ ଆଜି ଭାରତରେ କଣ ରହିଛି କୋଭିଡ ସ୍ଥିତି । ଗତ ୨୪ଘଂଟାରେ ଭାରତରେ ୯୨ହଜାର ୭୧ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାରା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮ଲକ୍ଷ ଟପିଛି ।