କନକ ବ୍ୟୁରୋ : ପଶ୍ଚମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାରେ ନାଁ ଧରୁନି । ରାଜ୍ୟପାଳ ଶନିବାର ଠାରୁ ରାଜ୍ୟ ବିଧାନସଭାକୁ ଅନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି । ତାଙ୍କ ବିନା ଅନୁମତିରେ ବିଧାନସଭା ଅଧିବେଶନ ଡକାଯାଇପାରିବ ନାହିଁ । ଏନେଇ ରାଜ୍ୟପାଳ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ସମ୍ବିଧାନର ଧାରା ୧୭୪(୨)(କ) ଅନୁଯାୟୀ, ସେ ବିଧାନସଭାକୁ ନଭାଙ୍ଗି ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟପାଳଙ୍କ ବିନା ଅନୁମତିରେ ସରକାର ବିଧାନସଭା ଅଧିବେସନ ଡାକିପାରିବେ ନାହିଁ । ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗ ବିଧାନସଭା ଅଧିବେସନ ହେବାକୁ ଥିବା ବେଳେ ରାଜ୍ୟପାଳନଙ୍କ ଏହି ନିଷ୍ପତି ରାଜନୀତି ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ରାଜ୍ୟପାଳଙ୍କ ଏ ପଦକ୍ଷେପକୁ ତୃଣମୂଳ କଂଗ୍ରେସ ଅସାମ୍ବିଧାନିକ ବୋଲି କହିଛି । ଏ ସର୍ମ୍ପକରେ ରାଜ୍ୟ ସରକାର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ଟିଏମସି ସାଂସଦ ତଥା ମୁଖପାତ୍ର ସୌଗତ ରାୟ । ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କ ଟୁଇଟର ଆକାଉଣ୍ଟକୁ ବ୍ଲକ କରିଥିଲେ ।

Advertisment