କନକ ବ୍ୟୁରୋ: ଦୀର୍ଘ ଏକ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି ଭୁବନେଶ୍ୱର ଜୁଡ଼ିସିଆଲ ପରିସର । ଲୁଇସରୋଡରେ ଥିବା ଏହି ଅଂଚଳକୁ ଆସନ୍ତାକାଲି ଠାରୁ ୨୫ ତାରିଖ ଯାଏଁ ୭ ଦିନ ଲାଗି କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ସିଭିଲ କୋର୍ଟରୁ ଅନେକ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜୁଡିସିଆଲ ପରିସରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କଣ୍ଟେନମେଣ୍ଟ ଜୋନରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ ଓ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ବାଦ ଦିଆଯାଇଥିବା ବିଏମସି ଦକ୍ଷିଣ ପୂର୍ବ ଜୋନାଲ ଡେପୁଟୀ କମିସନର ଅଂଶୁମାନ ରଥ ସୂଚନା ଦେଇଛନ୍ତି ।