ନୂଆ ବସଷ୍ଟାଣ୍ଡ ନିକଟରେ ହୁ ହୁ ହୋଇ ଜଳିଗଲା କଣ୍ଟେନର : କଣ୍ଟେନରଟି ମହାରାଷ୍ଟ୍ରରୁ କୋଲକାତା ଅଭିମୁଖେ ଯାଉଥିଲା

Advertisment
ନୂଆ ବସଷ୍ଟାଣ୍ଡ ନିକଟରେ ହୁ ହୁ ହୋଇ ଜଳିଗଲା କଣ୍ଟେନର : କଣ୍ଟେନରଟି ମହାରାଷ୍ଟ୍ରରୁ କୋଲକାତା ଅଭିମୁଖେ ଯାଉଥିଲା

କନକ ବ୍ୟୁରୋ : ବୋଲେରୋକୁ ଧକ୍କା ଦେଇ ଜଳିଗଲା କଂଟେନର । ଦୁର୍ଘଟଣାଟି ଘଟିଛି ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନୂଆ ବସଷ୍ଟାଣ୍ଡ ବୀଣା ପେଟ୍ରୋଲ ପମ୍ପ ସମ୍ମୁଖରେ । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ମହାରାଷ୍ଟ୍ରରୁ କଲିକତା ଅଭିମୁଖେ ଯାଉଥିବା ଏକ କଂଟେନର ପ୍ରଥମେ ଟ୍ରକ ଓ ପରେ ବୋଲେରୋକୁ ଧକ୍କା ଦେଇଥିଲା ।

ଏହି ଘଟଣା ପରେ ସଟସର୍କିଟ କାରଣରୁ କଂଟେନରରେ ଲାଗିଯାଇଥିଲା ନିଆଁ । ତେବେ ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ତେଣୁ ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଥିଲେ କଂଟେନରର ଡ୍ରାଇଭର ଓ ହେଲପର । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ତଦନ୍ତ କରୁଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe