କନକ ବ୍ୟୁରୋ : ବୋଲେରୋକୁ ଧକ୍କା ଦେଇ ଜଳିଗଲା କଂଟେନର । ଦୁର୍ଘଟଣାଟି ଘଟିଛି ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନୂଆ ବସଷ୍ଟାଣ୍ଡ ବୀଣା ପେଟ୍ରୋଲ ପମ୍ପ ସମ୍ମୁଖରେ । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ମହାରାଷ୍ଟ୍ରରୁ କଲିକତା ଅଭିମୁଖେ ଯାଉଥିବା ଏକ କଂଟେନର ପ୍ରଥମେ ଟ୍ରକ ଓ ପରେ ବୋଲେରୋକୁ ଧକ୍କା ଦେଇଥିଲା ।
ଏହି ଘଟଣା ପରେ ସଟସର୍କିଟ କାରଣରୁ କଂଟେନରରେ ଲାଗିଯାଇଥିଲା ନିଆଁ । ତେବେ ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ତେଣୁ ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଥିଲେ କଂଟେନରର ଡ୍ରାଇଭର ଓ ହେଲପର । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ତଦନ୍ତ କରୁଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-28-07h37m22s0.png)