ଅଧାରେ ଅଟକିଛି ବିରୂପା ନଦୀରେ ସେତୁ ନିର୍ମାଣ। ଅବଧି ପୂରିଲା ପରେ ବି ସରୁନି ବ୍ରିଜ୍ କାମ, ସମସ୍ୟା ଭୋଗୁଛନ୍ତି ୨ଟି ବ୍ଲକର ବାସିନ୍ଦା।

ଅଧାରେ ଅଟକିଛି ବିରୂପା ନଦୀରେ ସେତୁ ନିର୍ମାଣ। ଅବଧି ପୂରିଲା ପରେ ବି ସରୁନି ବ୍ରିଜ୍ କାମ, ସମସ୍ୟା ଭୋଗୁଛନ୍ତି ୨ଟି ବ୍ଲକର ବାସିନ୍ଦା।

କନକ ବ୍ୟୁରୋ: ଅଧାରେ ଅଟକିଛି ବିରୁପା ନଦୀରେ ସେତୁ ନିର୍ମାଣ କାମ । ନିର୍ମାଣ କାମ ଅବଧି ଶେଷ ହୋଇଥିଲେ ମଧ୍ୟ ସରୁନି ସେତୁ ନିର୍ମାଣ । ଏହି ସେତୁ ନିର୍ମାଣ ହେଲେ ସାଲେପୁର ଓ ଟାଙ୍ଗି ବ୍ଲକର ଲୋକେ ଉପକୃତ ହେବେ । ହେଲେ ଧିମା ଗତିରେ ଚାଲିଥିବା ନିର୍ମାଣ କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ସେତୁକୁ ଲାଗି ତିଆରି ହୋଇଥିବା ଭଙ୍ଗା ଦଦରା ବାଉଁଶ ପୋଲ ଏବେ ଲୋକଙ୍କ ସାହାରା ପାଲଟିଛି । ଏହି ଭଙ୍ଗାଦଦରା ପୋଲ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ ।

ଅଧପାନ୍ତରିଆ ହୋଇ ଠିଆହୋଇଥିବା ଏହି ସେତୁର ପିଲାର ବଙ୍କା ହୋଇଗଲାଣି ତ ପୁଣି କେଉଁଠି ରଡରେ କଳଙ୍କି ଲାଗିଲାଣି । ସୂଚନା ଅନୁସାରେ ୨୦୧୮ ମସିହାରେ ୧୪କୋଟି ଟଙ୍କା ବ୍ୟୟରେ ଏହାର ଶିଳାନ୍ୟାସ ହୋଇଥିଲା । ୨୦୨୧  ସମିହାରେ ନିର୍ମାଣ କାମ ଶେଷ ହେବାର ଥିଲା । ହେଲେ ୨୦୨୨ ମସିହା ଶେଷ ହେବାକୁ ବସିଲାଣି କିନ୍ତୁ ସରିନି କାମ । ତେଣୁ ସେତୁଟି ସମ୍ପୁର୍ଣ୍ଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe