କନକ ବ୍ୟୁରୋ: ଅଧାରେ ଅଟକିଛି ବିରୁପା ନଦୀରେ ସେତୁ ନିର୍ମାଣ କାମ । ନିର୍ମାଣ କାମ ଅବଧି ଶେଷ ହୋଇଥିଲେ ମଧ୍ୟ ସରୁନି ସେତୁ ନିର୍ମାଣ । ଏହି ସେତୁ ନିର୍ମାଣ ହେଲେ ସାଲେପୁର ଓ ଟାଙ୍ଗି ବ୍ଲକର ଲୋକେ ଉପକୃତ ହେବେ । ହେଲେ ଧିମା ଗତିରେ ଚାଲିଥିବା ନିର୍ମାଣ କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ସେତୁକୁ ଲାଗି ତିଆରି ହୋଇଥିବା ଭଙ୍ଗା ଦଦରା ବାଉଁଶ ପୋଲ ଏବେ ଲୋକଙ୍କ ସାହାରା ପାଲଟିଛି । ଏହି ଭଙ୍ଗାଦଦରା ପୋଲ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ ।
ଅଧପାନ୍ତରିଆ ହୋଇ ଠିଆହୋଇଥିବା ଏହି ସେତୁର ପିଲାର ବଙ୍କା ହୋଇଗଲାଣି ତ ପୁଣି କେଉଁଠି ରଡରେ କଳଙ୍କି ଲାଗିଲାଣି । ସୂଚନା ଅନୁସାରେ ୨୦୧୮ ମସିହାରେ ୧୪କୋଟି ଟଙ୍କା ବ୍ୟୟରେ ଏହାର ଶିଳାନ୍ୟାସ ହୋଇଥିଲା । ୨୦୨୧ ସମିହାରେ ନିର୍ମାଣ କାମ ଶେଷ ହେବାର ଥିଲା । ହେଲେ ୨୦୨୨ ମସିହା ଶେଷ ହେବାକୁ ବସିଲାଣି କିନ୍ତୁ ସରିନି କାମ । ତେଣୁ ସେତୁଟି ସମ୍ପୁର୍ଣ୍ଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/vlcsnap-2022-11-27-18h55m56s066.png)