ଅଧାରେ ଅଟକିଛି ବିରୁପା ନଦୀରେ ସେତୁ ନିର୍ମାଣ: ଭଙ୍ଗା ଦଦରା ବାଉଁଶ ପୋଲରେ ଯାତାୟତ କରୁଛନ୍ତି ଲୋକେ 

190

କନକ ବ୍ୟୁରୋ: ଅଧାରେ ଅଟକିଛି ବିରୁପା ନଦୀରେ ସେତୁ ନିର୍ମାଣ କାମ । ନିର୍ମାଣ କାମ ଅବଧି ଶେଷ ହୋଇଥିଲେ ମଧ୍ୟ ସରୁନି ସେତୁ ନିର୍ମାଣ । ଏହି ସେତୁ ନିର୍ମାଣ ହେଲେ ସାଲେପୁର ଓ ଟାଙ୍ଗି ବ୍ଲକର ଲୋକେ ଉପକୃତ ହେବେ । ହେଲେ ଧିମା ଗତିରେ ଚାଲିଥିବା ନିର୍ମାଣ କାମକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି । ସେତୁକୁ ଲାଗି ତିଆରି ହୋଇଥିବା ଭଙ୍ଗା ଦଦରା ବାଉଁଶ ପୋଲ ଏବେ ଲୋକଙ୍କ ସାହାରା ପାଲଟିଛି । ଏହି ଭଙ୍ଗାଦଦରା ପୋଲ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । ଅଧପାନ୍ତରିଆ ହୋଇ ଠିଆ ହୋଇଥିବା ଏହି ସେତୁର ପିଲାର ବଙ୍କା ହୋଇଗଲାଣି ତ ପୁଣି କେଉଁଠି ରଡରେ କଳଙ୍କି ଲାଗିଲାଣି । ସୂଚନା ଅନୁସାରେ ୨୦୧୮ ମସିହାରେ ୧୪କୋଟି ଟଙ୍କା ବ୍ୟୟରେ ଏହାର ଶିଳାନ୍ୟାସ ହୋଇଥିଲା । ୨୦୨୧  ସମିହାରେ ନିର୍ମାଣ କାମ ଶେଷ ହେବାର ଥିଲା । ହେଲେ ୨୦୨୨ ମସିହା ଶେଷ ହେବାକୁ ବସିଲାଣି କିନ୍ତୁ ସରିନି କାମ । ତେଣୁ ଖୁବ୍ ଶିଘ୍ର ସେତୁଟି ସମ୍ପୁର୍ଣ୍ଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।