ରାସ୍ତା ଖୋଳିଦେଇ ନିର୍ମାଣ ସଂସ୍ଥା ଫେରାର । ଅସୁବିଧା ଭୋଗୁଛନ୍ତି ଲୋକେ, ଅଭିଯୋଗ ପରେ ବି ହେଉନି ସମାଧାନ

ରାସ୍ତା ଖୋଳିଦେଇ ନିର୍ମାଣ ସଂସ୍ଥା ଫେରାର । ଅସୁବିଧା ଭୋଗୁଛନ୍ତି ଲୋକେ, ଅଭିଯୋଗ ପରେ ବି ହେଉନି ସମାଧାନ

କନକ ବ୍ୟୁରୋ : ଗାଁରେ ଗମନା ଗମନ ସମସ୍ୟା । ଲୋକଙ୍କ ଅଭିଯୋଗ ପରେ ଆରମ୍ଭ ହୋଇଛି କାମ । ହେଲେ ଏହି କାମ ଦେଖି ଲୋକଙ୍କ ମନରେ ଅସନ୍ତୋଷ ତେଜିବାରେ ଲାଗିଛି । ସୁବର୍ଣ୍ଣପୁର ଜିଲ୍ଲାର ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାତାଳି ଶ୍ରୀକ୍ଷେତ୍ରରୁ ହରିହରଜୋର ଡ୍ୟାମକୁ ସଂଯୋଗ କରୁଥିବା ରାସ୍ତା । ରାସ୍ତା ଉପରକୁ ବାହାରି ପଡିଛି ମେଟାଲ । ତା ସାଙ୍ଗକୁ ଧୂଳି ଉଡୁଥିବାରୁ ଯାତାୟତରେ ବି ଅନେକ ସମସ୍ୟା ଦେଖିବାକୁ ମିଳିଛି । ରାସ୍ତା ଉପରେ ପୋଲ ପାଇଁ ରାସ୍ତା ଖୋଳି ଦେଇଛି ନିର୍ମାଣ ସଂସ୍ଥା । । ହେଲେ ପୋଲ କାମ ହେଉନଥିବା ବେଳେ ଏବେ ରାସ୍ତା କାମ ବି ହୋଇପାରୁନି । ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ ଲୋକଙ୍କ ସହ ପର୍ଯ୍ୟଟକ ଯାତାୟତ କରୁଥିବା ବେଳେ ଏହି ସମସ୍ୟା ଯୋଗୁ ବହୁ ଅସୁବିଧା ଭୋଗୁଛନ୍ତି । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ହରିହର ଜୋର ଡ୍ୟାମକୁ ଥିବା ଏଡି ରାସ୍ତା ଜଙ୍ଗଲ ଭିତର ଦେଇ ଯାଇଛି । ଏ ହାର ଉନ୍ନତିକରଣ ସହ ୫କିଲୋମିଟର ରାସ୍ତା ପାଇଁ ୭ କୋଟି ବ୍ୟୟ ଅଟକଳ ହୋଇ କାମ ଆରମ୍ଭ ହୋଇଛି । ତେବେ କିଛି ଦିନ କାମ ହେଲା ପରେ ଅଧାରେ କାମ ବନ୍ଦ କରି ଠିକାସଂସ୍ଥା ଫେରାର ହୋଇଥିବା ଅଭିଯୋଗ ହୋଇଛି । ହେଲେ କେଉଁ ସମସ୍ୟା ନେଇ କାମ ସବୁ ବନ୍ଦ କରାଯାଇଛି ତାର ଖବର ଯେମିତି କାହା ପାଖରେ ନାହିଁ ।

ଗମନା ଗମନ ସମସ୍ୟା ନେଇ ବ୍ୟୟବରାଦ ହୋଇ ଖର୍ଚ୍ଚ ବି କରାଯାଉଛି । ହେଲେ କିଛି ବିଭାଗୀୟ ଅଧିକ।।ରୀ ଓ ପ୍ରଶାସନ ଅବହେଳା କାରଣରୁ ତାହା ଲୋକଙ୍କ କାମରେ ଆସିପାରୁନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe