କନକ ବ୍ୟୁରୋ: ‘ଅବ୍ କି ବାର୍ ୪୦୦ ପାର୍’ । ବିଜେପିର ଏହି ନାରା ଏବେ ବାସ୍ତବରେ ହେବାକୁ ପରିଣତ ହେବାକୁ ଯାଉଛି । ଏନଡିଏ ଚଳିତ ଲୋକସଭା ନିର୍ବାଚନରେ ୪୦୦ ଆସନ ପାର କରିବ ବୋଲି ୩ଟି ଏକଜିଟ୍ ପୋଲ ସଂସ୍ଥା ଆଳକନ କରିଛନ୍ତି । ନ୍ୟୁଜ ୨୪ ଟୁଡେ ଚାଣକ୍ୟ ଆକଳନ ଏନଡିଏ ୪୦୦ ଆସନ ପାଇବ । କମ ବେଶୀ ହେଲେ ଏନଡିଏ ୩୮୫ରୁ ୪୧୫ ଆସନ ପାଇବ ବୋଲି ଆକଳନ କରିଛି । ସେହିପରି ଇଣ୍ଡିଆ ଟୁଡେ-ଏକ୍ସିସ୍ ମାଇ ଇଣ୍ଡିଆ ଆକଳନ ଅନୁସାରେ ଏନଡିଏ ୩୬୧ରୁ ୪୦୧ ଆସନ ପାଇବ । ଇଣ୍ଡିଆ ଟିଭି-ସିଏନଏକ୍ସର ଆଳକନ ଅନୁସାରେ ଏନଡିଏ ୩୭୧ରୁ ୪୦୧ ଆସନ ପାଇବାରେ । ୨୦୧୯ରେ ଏନଡିଏ ୩୫୨ ଆସନ ପାଇଥିଲା । ସେଥିରୁ ବିଜେପି ୩୦୩ ଆସନ ମିଳିଥିଲା । ତେବେ ଏକଜିଟ ପୋଲ ରିପୋର୍ଟକୁ ନେଇ ମୁହଁମୁହିଁ ହୋଇଛନ୍ତି କଂଗ୍ରେସ ବିଜେପି । ବିଜେପି ୪୦୦ ଆସନ ପାର କରିବ ବୋଲି ଦଳର ବରିଷ୍ଠ ନେତା ଶିବରାଜ ସିଂ ଚୌହ୍ୱାନ ପୁଣି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଉ ଏକଜିଟ ପୋଲ ରିପୋର୍ଟକୁ ସରକାରୀ ଏକଜିଟ୍ ପୋଲ ରିପୋର୍ଟ କହି କଟାକ୍ଷ କରିଛି କଂଗ୍ରେସ ।
ସତ ହେବ ବିଜେପିର ‘୪୦୦ ପାର୍’ ନାରା! ଏକଜିଟ୍ ପୋଲର ଆଳକନକୁ ନେଇ ରାଜନୀତି । ବିଜେପିର ଦମ୍ଭୋକ୍ତିକୁ କଂଗ୍ରେସ କଲା କଟାକ୍ଷ ।
/kanak/media/post_attachments/wp-content/uploads/2024/06/11-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)