ମନୀଷ ତିୱାରିଙ୍କ ବହିକୁ ନେଇ ଅଡୁଆରେ କଂଗ୍ରେସ: ବହିରେ ମନମୋହନ ସିଂହଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ

122

କନକ ବ୍ୟୁରୋ: ପୁଣି ଜଣେ ଦଳୀୟ ନେତାଙ୍କ ବହିକୁ ନେଇ ବିବାଦରେ କଂଗ୍ରେସ । କଂଗ୍ରେସ ସାଂସଦ ମନୀଷ ତିୱାରୀ ନିଜର ବହିରେ କଂଗ୍ରେସର ଶାସନ କାର୍ଯ୍ୟ ଉପରେ ଉଠାଇଛନ୍ତି ପ୍ରଶ୍ନ । ଯାହା ସୃଷ୍ଟି କରିଛି ବିବାଦ । ପୂର୍ବରୁ ସଲମାନ ଖୁର୍ସିଦଙ୍କ ‘ଅଯୋଧ୍ୟା’ ବହି ବିବାଦ ସୃଷ୍ଟି କରିଥିବାବେଳେ ଏବେ ମନୀଷ ତିୱାରୀଙ୍କ ବହିକୁ ନେଇ କଂଗ୍ରେସର ସମସ୍ୟା ବଢିବାରେ ଲାଗିଛି ।

ୟୁପିଏ କାର୍ଯ୍ୟକାଳ ବେଳେ ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣ ପରେ ନୀରବ ଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ମନମୋହନ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ନିଜ ବହି ’10 flash points; 20 years- national security situation that impact india’ରେ କିଛି ଏଭଳି ଉଲ୍ଲେଖ କରିଛନ୍ତି କଂଗ୍ରେସ ସାଂସଗ ମନୀଷ ତିୱାରୀ । ନିଜ ବହିରେ ଉଲ୍ଲେଖ କରି ମନୀଷ ତିୱାରୀ ଲେଖିଛନ୍ତି –

‘୨୬/୧୧ ଆକ୍ରମଣ ପରେ ମନମୋହନ ସିଂହ ସରକାରଙ୍କୁ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଥିଲା । ବେଳେବେଳେ କିଛି ସମୟ ଥାଏ ଯେତେବେଳେ, ଶବ୍ଦ ଠାରୁ କାର୍ଯ୍ୟାନୁଷ୍ଠାନ ବେଶି ଗୁରୁତ୍ୱ ବହନ କରେ । ହେଲେ ସେତେବେଳେ ମୌନ ରହିବାକୁ ପସନ୍ଦ କରିଥିଲେ ମନମୋହନ ସିଂହ ।’

ମନୀଷ ତିୱାରୀଙ୍କ ଏଭଳି ବୟାନ ପରେ ବିଜେପି ଆକ୍ସନ ମୋଡରେ ଆସିଯାଇଛି । କଂଗ୍ରେସକୁ ଟାର୍ଗେତ କରି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି କଂଗ୍ରେସ ନେତୃତ୍ୱଧିନ ୟୁପିଏ ସରକାର ଅସମ୍ବେଦନଶୀଳ । ସେପଟେ ଦଳୀୟ ନେତାଙ୍କ ଏଭଳି ବୟାନ କଂଗ୍ରେସରେ ଥିବା ଫାଟକୁ ସ୍ପଷ୍ଟ ବୟାନ କରିଛି ।

ବିଗତ ୨୦ ବର୍ଷ ମଧ୍ୟରେ ଭାରତରେ ଘଟିଥିବା ବିଭିନ୍ନ ଘଟଣା ସମ୍ପର୍କରେ ମନିଷ ତିୱାରୀ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ବିଶେଷ କରି ୨୬/୧୧ ଘଟଣାକୁ ନେଇ ସେ ଲେଖିଥିବା କଥାକୁ ନେଇ ରାଜନୀତି ଜୋର ଧରିଛି ।