ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସର ଜୋରଦାର ଅଭିଯାନ : ଦଳର ନୂଆ ପ୍ରଭାରୀ, ପିସିସି ସଭାପତିଙ୍କ ସହ କର୍ମୀ ସମ୍ମିଳନୀରେ ଯୋଗ ଦେଲେ କଂଗ୍ରେସର ବରିଷ୍ଠ ନେତା ; ସମସ୍ତେ ଏକାଠି ହୋଇ ଦଳକୁ ଜିତାଇବାକୁ ଆହ୍ୱାନ 

364

କନକ ବ୍ୟୁରୋ : ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜୋରଦାର ଅଭିଯାନ ଅଭିଯାନ ଆରମ୍ଭ କରିଛି କଂଗ୍ରେସ । ଦଳ ପକ୍ଷରୁ ବିରିଡି ଆଇଟିଆଇ ପରିସରରେ କର୍ମୀ ସମ୍ମିଳନୀ କରାଯାଇଛି । ଏହି ସମ୍ମିଳନୀରେ କଂଗ୍ରେସର ନୂଆ ଓଡ଼ିଶା ପ୍ରଭାରୀ ଡକ୍ଟର ଏ ଚେଲା କୁମାରଙ୍କ ସହ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତାମାନେ ସାମିଲ ହୋଇଛନ୍ତି । ବିଧାୟକ ତାରାପ୍ରସାଦ ବାହିନୀପତି, ବରିଷ୍ଠ ନେତା ଚିରଂଜିବୀ ବିଶ୍ୱାଳ, ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପ୍ରମୁଖ ଯୋଗ ଦେଇଛନ୍ତି ।

ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିରିଡ଼ି, ରଘୁନାଥପୁର, ତିର୍ତୋଲ ବ୍ଳକର କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ଦଳର ପ୍ରଭାରୀ ଚେଲା କୁମାର । ପୂର୍ବ ମାନ ଅଭିମାନକୁ ପଛରେ ପକାଇ ଉପନିର୍ବାଚନରେ କିପରି ଦଳ ବିଜୟୀ ହେବ ଏ ନେଇ ସମସ୍ତେ ଏକାଠି କାମ କରିବାକୁ ନେତା ଓ କର୍ମୀଙ୍କୁ କହିଛନ୍ତି ନୂଆ ପ୍ରଭାରୀ । ଉପନିର୍ବାଚନରେ କଂଗ୍ରେସର ବିଜୟ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଦଳର ବରିଷ୍ଠ ନେତା ।