ୟୁପି ବିଜୟ ପାଇଁ ବଡ ପ୍ରତିଶ୍ରୁତି ଦେଲା କଂଗ୍ରେସ: କ୍ଷମତାକୁ ଆସିଲେ ସରକାର ଗଠନର ୧୦ ଦିନ ଭିତରେ ଚାଷୀଙ୍କ ଋଣ ହେବ ଛାଡ 

111

କନକ ବ୍ୟୁରୋ: ଉତରପ୍ରଦେଶ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ଉନ୍ନତି ବିଧାନ ଜାରି କରିଛନ୍ତି । ଲୋକଙ୍କ ନିକଟକୁ ଯାଇ ଏହି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛନ୍ତି ବରିଷ୍ଠ ନେତା ସଲମାନ ଖୁର୍ସିଦ ଓ ପିଏଲ୍ ପୁନିଆ । ଏହା କଂଗ୍ରେସର ତୃତୀୟ ଘୋଷଣା ପତ୍ର । ପୂର୍ବରୁ ଯୁବକ ଓ ମହିଳାଙ୍କ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି । ଆଜିର ଇସ୍ତାହାରେ ଅନେକ ପ୍ରତିଶ୍ରୁତି ଦେଇଛି ଦଳ ।

ଉତରପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସ ବୁଧବାର ନିଜର ଆଉ ଏକ ନୂଆ  ଘୋଷଣା ପତ୍ର ଜାରି କରିଛି  । କଂଗ୍ରେସର ଏହା ୩ୟ ଘୋଷଣାପତ୍ର  ହୋଇଥିବା ବେଳେ ଦଳ ଏହାର ନାଁ ରଖିଛି ‘ଉନ୍ନତି ବିଧାନ’ । କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଲକ୍ଷେ୍ନøରେ ନିର୍ବାଚନୀ ଇସ୍ତାହାର ଜାରି କରି ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇଛି । କଂଗ୍ରେସ କହିଛି କି ବେକାରୀ ଓ ଦରଦାମ ବୃଦ୍ଧି ସମସ୍ୟାକୁ ଦୂରେଇବା ପାଇଁ  ଦଳ ପ୍ରତିଶ୍ରୁତିବଦ୍ଧ । ରାଜ୍ୟବାସୀଙ୍କୁ ସମସ୍ୟା ବୁଝି ଏହି ଘୋଷଣା ପତ୍ର ପ୍ରସ୍ତୁତ କରାଯାଇଛି ।

ଉତରପ୍ରଦେଶରେ କ୍ଷମତା ହାତେଇବା ପାଇଁ ଦଳ ଚାଷୀଙ୍କଠୁ ନେଇ ମହିଳା, କୋଭିଡ ଯୋଦ୍ଧାଙ୍କ ଠୁ ଆରମ୍ଭ କରି ଅବସରପ୍ରାପ୍ତ ଅଧିକାରୀ, ସମସ୍ତଙ୍କ ପାଇଁ ନିଜ ଘୋଷଣା ପତ୍ରରେ ଆକୃଷ୍ଟ କରିବା ଭଳି ପ୍ରତିଶ୍ରୁତି ରଖିଛି ।  ଉତରପ୍ରଦେଶ ପାଇଁ କଂଗ୍ରେସ ଦେଇଛି ମୋଟ ୨୧ଟି ପ୍ରତିଶ୍ରୁତି

-୧୦ ଦିନରେ ଚାଷୀଙ୍କ ସମସ୍ତ ଋଣ ଛାଡ୍

– ବାକି ଥିବା ବିଜୁଳି ବିଲ ଛାଡ୍

– କରୋନା ପ୍ରଭାବିତଙ୍କୁ ୨୫୦୦୦ ଆର୍ଥିକ ସହାୟତା

– ୨୦ଲକ୍ଷ ସରକାରୀ ଚାକିରି ପ୍ରତିଶ୍ରୁତି 

– ଚାକିରି କ୍ଷେତ୍ରରେ ମହିଳାଙ୍କୁ ୪୦ ପ୍ରତିଶତ ସଂରକ୍ଷଣ

– ୨୦ଲକ୍ଷଟଙ୍କାର  ମାଗଣା  ଚିକିତ୍ସା ବୀମା

– ମୃତ୍ୟୁବରଣ କରିଥିବା କୋଭିଡ ଯୋଦ୍ଧାଙ୍କୁ ୫୦ଲକ୍ଷ ଟଙ୍କାର ଅନୁକମ୍ପା ସାହାଯ୍ୟ

– ସ୍କୁଲ ଫି୍ ବୃଦ୍ଧି ହେବନି

– ଖାଲି ପଡିଥିବା ୨ଲକ୍ଷ ଶିକ୍ଷକ ପଦବୀ ପୂରଣ ହେବ

– ୨ଲକ୍ଷ ଚୁକ୍ତିଭିତିକ ଶିକ୍ଷକ ଓ ଅଧ୍ୟାପକଙ୍କୁ ମିଳିବ ସ୍ଥାୟୀ ପଦବୀ

– ସାମ୍ବାଦିଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର କରାଯିବ

– ଦିବ୍ୟାଙ୍ଗଙ୍କ ପାଇଁ ୩ହଜାର ମାସିକ ପେନସନ ଇତ୍ୟାଦି

ଉତରପ୍ରଦେଶର ଅଧା ଜନସଂଖ୍ୟା ହେଉଛନ୍ତି ମହିଳା ଭୋଟର । ଆଉ ମହିଳା ଭୋଟ ମିଳିଗଲେ ରାଜ୍ୟରେ କ୍ଷମତାକୁ ଆସିବା କଂଗ୍ରେସ ପାଇଁ ସହଜ ହୋଇଯିବ । ଖାସ ଏଥିପାଇଁ ମହିଳା ଭୋଟରଙ୍କୁ ପ୍ରଭାବିତ କରିବାକୁ  ପୂର୍ବରୁ ସତନ୍ତ୍ର ଘୋଷଣା ପତ୍ର ଆଣିସାରିଛି କଂଗ୍ରେସ । ଏବେ ବିଜେପି ଓ ସପାକୁ ଟକ୍କର ଦେଇ ନିଜର ୩ୟ ଘୋଷଣାପତ୍ରରେ ଆଉ କିଛି ନୂଆ ପ୍ରତିଶ୍ରୁତି ଦେଇଛି କଂଗ୍ରେସ

ଘୋଷଣା ପତ୍ର ଜାରି କରିବା ପରେ ପ୍ରିୟଙ୍କା କହିଛନ୍ତି କଂଗ୍ରେସ ରାଜ୍ୟବାସୀଙ୍କ ପରାର୍ମଶ ନେଇ  ଏହି ୩ୟ ଘୋଷଣାପତ୍ର ଜାରି କରିଛି ।  ଅନ୍ୟ କୌଣସି ଦଳ ପରି ନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରିନି । ଦଳର ବରିଷ୍ଠ ନେତା ସଲମାନ ଖୁର୍ସିଦ କହିଛନ୍ତିି  କଂଗ୍ରେସର ଘୋଷଣା ପତ୍ର ଆଗାମୀ ଦିନରେ କେବଳ ଉତରପ୍ରଦେଶବାସୀଙ୍କୁ ବିକାଶରେ ବଡ ଭୂମିକା ତୁଳାଇବନି ବଂର ସେମାନଙ୍କ ଲାଭବାନ କରିବ ।

ବିଜେପି, ସମାଜବାର୍ଦି ପାର୍ଟି ସହ ଅନ୍ୟାନ୍ୟ ରାଜନୈତିକ ଦଳ ଗୋଟିଏ ଲେଖାଏଁ ଘୋଷଣା ପତ୍ର ଜାରି କରିଛନ୍ତି । କିନ୍ତୁ ନିର୍ବାଚନ ପ୍ରତିଯୋଗୀତାରେ ୟୁପି ପାଇଁ  ୩ଟି ଗୋଟି ଚାଳନା କରି କଂଗ୍ରେସ । ଡିସେମ୍ବର ୮ରେ ମହିଳାଙ୍କ ପାଇଁ ଓ ଜାନୁଆରୀ ୨୯ରେ ଯୁବବର୍ଗଙ୍କୁ ଦୃଷ୍ଟି ରଖି  ସ୍ୱତନ୍ତ୍ର ଘୋଷଣା ପତ୍ର ଜାରି କରିଥିଲା ।ସେପଟେ ଭୋଟରଙ୍କ ପାଇଁ ଆକର୍ଷଣୀୟ ଘୋଷଣାପତ୍ର ପୂର୍ବରୁ ଆଣିସାରିଲେଣି  ବିଜେପି , ସମାଜବାଦୀ ପାର୍ଟି ସହ ବହୁଜନ ସମାଜବାର୍ଦି ପାର୍ଟି । ଏବେ ଦେଖିବାକୁ ବାକି ରହିଲା କାହାର ଘୋଷଣା ପତ୍ର ଭୋଟରଙ୍କୁ ଅଧିକ ଆକୃଷ୍ଟ କରୁଛି । ଆଉ ଉତରପ୍ରଦେଶରେ ଏଥରକ କିଏ ମାରୁଛି ବାଜି ।