କନକ ବ୍ୟୁରୋ: ମୁମ୍ବାଇ ମହାନଗର ନିଗମ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଦଳ ପୂର୍ବରୁ ଯାହା ହରାଇଛି ତାହା ହାତେଇବା ପାଇଁ ସ୍ୱତନ୍ତ୍ର  ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ନିର୍ବାଚନ ପୂର୍ବରୁ ମେୟର ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ଉଚିତ ବୋଲି ହାଇକମାଣ୍ଡରଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଜନତାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଭଳି ପ୍ରାର୍ଥୀ ଦିଆଯିବା ଉଚିତ ବୋଲି ଚିନ୍ତା କରାଯାଉଛି ।

Advertisment

ଏଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ଅଭିନେତା ରିତେଶ ଦେଶମୁଖ, ମଡ଼େଲ ମିଲିନ୍ଦ ସୋମନ ଏବଂ କରୋନା କାଳରେ ଲୋକଙ୍କୁ ସହାୟତା କରିପରିଚୟ ସୃଷି କରିଥିବା ଅଭିନେତା ସୋନୁ ସୁଦ୍ଙ୍କ ଭଳି ଲୋକପ୍ରିୟ ଲୋକଙ୍କୁ ପ୍ରାର୍ଥୀ କରିବା ପାଇଁ ଚର୍ଚ୍ଚା ହେଉଛି । ଏହି ତିନି ଜଣଙ୍କ ଭିତରୁ କେହି କଂଗ୍ରେସ ସଦସ୍ୟ ନୁହଁନ୍ତି । ୨୫ ପୃଷ୍ଠା ବିଶିଷ୍ଟ ଏହି କାଗଜପତ୍ର ସହର କଂଗ୍ରେସର ସଚିବ ଗଣେଶ ଯାଦବ ପ୍ରସ୍ତୁତ କରିଛନ୍ତି । ଏହାକୁ ଦଳୀୟ ଅଧିକାରୀଙ୍କ ଆଗରେ ଉପସ୍ଥାପନା କରାଯିବ ।