ଆସନ୍ତାକାଲି ୬ ଘଂଟିଆ ଓଡ଼ିଶା ବନ୍ଦ ପାଇଁ କଂଗ୍ରେସର ଡାକରା: ଜାରି ରହିବ ଅତ୍ୟାବଶ୍ୟକ ସେବା

213

କନକ ବ୍ୟୁରୋ: ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବିକା ସଂକଟରେ ପଡିଥିବାରୁ ୬ ଘଂଟିଆ ବନ୍ଦ ପାଳନ କରିବାକୁ ନିଷ୍ପତି ନେଇଛି ଦଳ ।

କଂଗ୍ରେସର ଓଡ଼ିଶା ବନ୍ଦ
ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ
ବନ୍ଦ ବେଳେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବାଧା ଦିଆଯିବ ନାହିଁ
ଦୋକାନ, ବଜାର, ଗାଡ଼ି ଚଳାଚଳ ବନ୍ଦ ପାଇଁ ନିବେଦନ
ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛି ଦଳ

ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରିବାକୁ ୧୧ ତାରିଖ ଯାଏଁ କଂଟ ଦେଇଥିଲା କଂଗ୍ରେସ । ଦାବି ପୂରଣ ନହେବାରୁ ବନ୍ଦ ଡାକରା ଦିଆଯାଇଛି ।
ଏପଟେ ବିଜେପି କହିଛି, ମମିତାକୁ ନ୍ୟାୟ ଦେବା ପାଇଁ ସବୁ ରାଜନୈତିକ ଦଳ ଆନ୍ଦୋଳନ କରୁଛନ୍ତି, ସମସ୍ତଙ୍କ ଗୋଟିଏ ଲକ୍ଷ୍ୟ ମମିତାଙ୍କୁ ନ୍ୟାୟ । ସେପଟେ ବିଜେଡି କହିଛି –
ବିଜେଡିର ପ୍ରତିକ୍ର୍ରିୟା

ଓଡ଼ିଶାରେ ବିଜେପିର ବି ଟିମ୍ ଭଳି କାମ କରୁଛି କଂଗ୍ରେସ
ଓଡ଼ିଶା କଂଗ୍ରେସ, ରାଜ୍ୟ ବିଜେପିର ଇସାରାରେ ନାଚୁଛି
କରୋନା କାଳରେ ବନ୍ଦ ଡାକରା ଯୋଗୁଁ ଜୀବିକା ହରାଇଥିବା ଲୋକ କ୍ଷମା ଦେବେ ନାହିଁ
ବନ୍ଦ ଡାକରା ସାଢ଼େ ୪ କୋଟି ଲୋକଙ୍କ ଉପରେ ପ୍ରଭାବ ପକାଇବ

ମମିତା ମେହେର ହତ୍ୟା ମାମଲାରେ ଦିନ ପରେ ଦିନ ବିତୁଛି, କିନ୍ତୁ ରାଜନୀତିର ତାତି କମିବାରେ ନାଁ ଧରୁନି । ଆନ୍ଦୋଳନକୁ ଆଉ ପାଦେ ଆଗେଇ ନେବା ପାଇଁ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।