ଉଦୟପୁରରେ ଚାଲିଛି କଂଗ୍ରେସର ଚିନ୍ତନ ଶିବିର । ଚାଲିଛି ବିଚାରବିମର୍ଶ, ହେଉଛି ଆଲୋଚନା ।

88

କନକ ବ୍ୟୁରୋ: ରାଜସ୍ଥାନ ଉଦୟପୁରରେ ଚାଲିଛି କଂଗ୍ରେସର ଚିନ୍ତନ ଶିବିର । କାର୍ଯ୍ୟକ୍ରମର ୨ୟ ଦିନରେ ୨୦୨୪ ସାଧାରଣ ନିର୍ବାଚନ ଉପରେ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି । ଏଆଇସିସିର ମହାସଚିବ, ପିସିସି ଅଧ୍ୟକ୍ଷ ଓ କଂଗ୍ରେସ ବିଧାୟକ ଦଳକୁ ନେଇ ବସିଥିବା ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବୈଠକରେ ଦଳ ବିଭିନ୍ନ ଦିଗ ଉପରେ ବିଚାର ବିର୍ମଶ କରିବା ସହ କିଛି ବଡ ପରିବର୍ତ୍ତନର ଘୋଷଣା କରିବାର ସମ୍ଭାବନା ରହିଛି ।

ଚିନ୍ତନ ବୈଠକରେ ୨ୟ ଦିନରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ । ଚିଦାମ୍ବରମ କହିଛନ୍ତି ଭାରତରେ ଅର୍ଥ ବ୍ୟବସ୍ଥାର ସ୍ଥିତି ଉଦବେଗଜନକ ରହିଛି ଓ ଆଖି ଦୃଶିଆ ଆର୍ଥିକ ସୁଧାର ହେଉନି । ଏଥିସହ କେନ୍ଦ୍ର ନିକଟରେ ଦାବି ଜଣାଇ କଂଗ୍ରେସ ନେତା କହିଛନ୍ତି କେନ୍ଦ୍ର ସରକାର ଆଉ ୩ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ସମୟସୀମା ବୃଦ୍ଧି କରନ୍ତୁ ବୋଲି ସେ କହିଛନ୍ତି ।

ସେପଟେ ଚିନ୍ତନ ବୈଠକ ଭିତରେ କଂଗ୍ରେସକୁ ଲାଗିଛି ବଡ ଝଟକା । ଦଳ ଛାଡିଛନ୍ତି ଦଳର ବରିଷ୍ଠ ନେତା ସୁନୀଲ ଝାକଡ । ଶନିବାର ସକାଳେ ଫେସବୁକ ଲାଇଭ ସେସନ କରି ନିଜର ନିଷ୍ପତି ଜଣାଇଛନ୍ତି । ଟୁଇଟରରେ ଗୁଡଲକ ଆଣ୍ଡ ଗୁଡବାୟ କଂଗ୍ରେସ କହି ଦଳ ଛାଡିଥିବା ସେ ସୂଚନା ଦେଇଛନ୍ତି । ଦଳ ଛାଡିବା ସହ ଝାକଡ କହିଛନ୍ତି କଂଗ୍ରେସ ଚିନ୍ତର ଶିବିର ବଦଳରେ ଏକ ଚିନ୍ତା ଶିବିର କରିବା ଉଚିତ । ଦୀର୍ଘ ଦିନ ଧରି ଦଳର ବରିଷ୍ଠ ନେତା ଭାବେ ଦାୟିତ୍ୱ ତୁଳାଉଥିବା ଝାକଡ ହଠାତ ଗ୍ରହଣ କରିଥିବା ଏହି ନିଷ୍ପତି କଂଗ୍ରେସ ଉପରେ ବଡ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଗୋଟେ ପଟେ ଦଳକୁ ମଜବୁତ କରିବା ପାଇଁ ଦଳ ମୁଖିଆ ନେତାଙ୍କ ପରାର୍ମଶ ଓ ବାର୍ତା ଦେଉଛନ୍ତି ସେପଟେ ଅସନ୍ତୋଷ ପ୍ରକାଶ କରି ହାତ ଛାଡୁଛନ୍ତି ନେତା । ଏହା ଭିତରେ ଦଳକୁ ଏକାଠି ନେଇ ଆଗାମୀ ନିର୍ବାଚନ ପାଇଁ ସୋନିଆଙ୍କ ରଣନୀତି କଣ ରହିବ ତା ଉପରେ ନଜର…