ପଂଚାୟତ ନିର୍ବାଚନ ବେଳେ ପୁଣି କଂଗ୍ରେସ ଉଠାଇଲା ମମିତା ମେହେର ପ୍ରସଙ୍ଗ : ଭିଡିଓ ଜାରି କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ

Advertisment
ପଂଚାୟତ ନିର୍ବାଚନ ବେଳେ ପୁଣି କଂଗ୍ରେସ ଉଠାଇଲା ମମିତା ମେହେର ପ୍ରସଙ୍ଗ : ଭିଡିଓ ଜାରି କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ

କନକ ବ୍ୟୁରୋ : କଂଗ୍ରେସ ପୁଣି ଉଠାଇଲା ମମିତା ମେହେର ପ୍ରସଙ୍ଗ । ମମିତା ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସାମିଲ ଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ମନ୍ତ୍ରୀ ରାୟପୁର ଯିବା ନେଇ ପୂର୍ବରୁ ମନା କରୁଥିଲେ । ହେଲେ ସେ ଅକ୍ଟୋବର ୧୫ ତାରିଖରେ ରାୟପୁର ଯିବା ସହ ଚଣ୍ଡିଗଡ ଯାଇ ୧୮ ତାରିଖରେ ରାୟପୁର ଦେଇ ଓଡିଶା ଫେରିଛନ୍ତି ବୋଲି କହିଛି କଂଗ୍ରେସ ।

ଏ ନେଇ ଏକ ଭିଡିଓ ବି ଜାରି କରିଛି । ଏ ସମ୍ପର୍କିତ କିଛି କାଗଜପତ୍ର ବି ଜାରି କରିଛି ଦଳ । ଏହାପରେ ୧୯ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିଲା । ଓଡିଶା ପୁଲିସ ନିରପେକ୍ଷ ଭାବେ କାମ କରୁ ବୋଲି ଦାବି କରିଛି କଂଗ୍ରେସ । ଏ ନେଇ କଂଗ୍ରେସ ୪ଟି ପ୍ରଶ୍ନ କରିଛି । ମମିତା ମେହେର ପ୍ରସଙ୍ଗରେ ଶୁକ୍ରବାରଦିନ ପୁଲିସ ଚାର୍ଜସିଟ ଦାଖଲ କରିଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା ଡ୍ରାଇଭର ରାଧେର ନାଁ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe