କନକ ବ୍ୟୁରୋ: ଢେଙ୍କାନାଳ ପ୍ରସିଦ୍ଧ ଯୋରନ୍ଦା ମେଳା ନେଇ ଫିଟିଲା ବାଟ । ଉଭୟ ସମାଜ ମଧ୍ୟରେ ବସିଥିବା ବୈଠକରେ ବିବାଦର ସମାଧାନ ହୋଇଛି । ଯୋରନ୍ଦା ଗାଦିରେ ଉଭୟ ବକଳ ଓ କୌପୀନଧାରୀ ବାବାଙ୍କ ମଧ୍ୟରେ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ । କୌପୀନଧାରୀ ସମାଜ ଏବେ ଅସ୍ଥାୟୀ ପୀଠରେ ଉପାସନା କରିବାପାଇଁ ହୋଇଛି ନିଷ୍ପତି । ପ୍ରଶାସନ ରଖିଥିବା ସର୍ତକୁ ମଧ୍ୟ ସ୍ୱୀକାର କରିଛନ୍ତି କୌପୀନ ବାବା ।

Advertisment

ତେବେ ମାଘ ମେଳା ପରେ ପରେ ସେମାନଙ୍କ ପାଇଁ ଏକ ସ୍ଥାୟୀ ପୀଠ କରାଯିବ ବୋଲି ମଧ୍ୟ କୁହାଯାଇଛି । ସେପଟେ ଅନିଚ୍ଛା ସତ୍ୱେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଦେଇ ସମସ୍ତ ସର୍ତରେ ରାଜି ହୋଇଥିବା କହିଛନ୍ତି ବାବା ।