କନକ ବ୍ୟୁରୋ : ଅବ୍ୟବସ୍ଥା ଘେରରେ ଗୌରୀ ଶଙ୍କର ସାହାଣୀ ପାର୍କ । ସମ୍ବଲପୁରରେ ଅବସର ବିନୋଦନ ପାଇଁ ଅନେକ ପାର୍କ ରହିଛି । ହେଲେ ତାହା ଅବହେଳିତ ହୋଇ ପଡିରହିଛି । ସେଥିରୁ ଏହି ଗୌରୀ ଶଙ୍କର ସାହାଣୀ ପାର୍କ ଅଧିିକ ଶୋଚନୀୟ ହୋଇପଡିଛି । ଦିନ ଥିଲା ବଡବଜାର ଅଂଚଳ ତଥା ରିଂରୋଡ କଡରେ ଥିବା ଏହି ପାର୍କରେ ପ୍ରବଳ ଗହଳି ଲାଗୁଥିଲା । ହେଲେ ଏସଡିଏ ଏହାର ପରିଚାଳନା ତଥା ରକ୍ଷଣାବେକ୍ଷ ପ୍ରତି ଧ୍ୟାନ ଦେଉନଥିବାବେଳେ ଅନାବନା ଘାସର ଭର୍ତି ହେଇଗଲାଣି ପାର୍କ । ତାସହିତ ସମସ୍ତ ସାମଗ୍ରୀ ଭାଙ୍ଗିରୁଜି ଗଲାଣି । ପାର୍କରେ ଥିବା ଲାଇଟ ବି ଜଳୁନି । ଯାହାଫଳରେ ସଂଧ୍ୟାରେ ପାର୍କ ଭିତରକୁ ଯିବାକୁ ଇଚ୍ଛା କରୁନାହାନ୍ତି ଲୋକେ । ଅବହେଳିତ ହୋଇପଡିଥିବା ଏହି ପାର୍କ ପ୍ରତି ଲୋକେ ବି ମୁହଁ ଫେରାଇ ନେଲେଣି ।
ଏହି ପାର୍କ ଭିତରେ ସ୍ୱାଧିନତା ସଂଗ୍ରାମୀଙ୍କ ଏକ ହଲ ଥିବାବେଳେ ଲଳିତ କଳା ଏକାଡେମୀ ମଧ୍ୟ ରହିଛି । ହେଲେ ଏହାର ଅବସ୍ଥା ଦେଖିଲେ ଏସଡିଏର ଅବହେଳା ଜଳ ଜଳ ହୋଇ ଦିଶୁଛି । ପାର୍କ ଅବସ୍ଥା ସୁଧାରିବାକୁ ବହୁବାର ଅଭିଯୋଗ କରାଯାଇଛି । ହେଲେ ଅବହେଳିତ ହୋଇପଡିଥିବା ଏହି ପାର୍କ ପ୍ରତି ଯେମିତି କାହାର ନଜର ନାହିଁ ।
ଲୋକଙ୍କ ଅବସର ବିନୋଦନର ମାଧ୍ୟମ ପାଲଟିଥିବା ଏହି ପାର୍କ ଭାଙ୍ଗିରୁଜି ପଡିଥିବା ବେଳେ ଏହାର ଖୁବଶିଘ୍ର ପୁନରୁଦ୍ଧାର କରାଯିବା ଜରୁରୀ ହୋଇପଡିଛି ।