ବାଣ ପୋଡ଼ି ଦେଲା ଭସାଣୀର ଖୁସି । କେନ୍ଦ୍ରାପଡ଼ାରେ ଭସାଣି ଅଘଟଣରେ ୧୦ ଜଣଙ୍କ ଅବସ୍ଥା ଅତି ଗୁରୁତର

କେମିତି ଓ କାହିଁକି ଘଟିଲା ଅଘଟଣ ଅନୁଧ୍ୟାନ କଲେ ଆଇଜି

190

କନକ ବ୍ୟୁରୋ: କେନ୍ଦ୍ରାପଡାରେ କାର୍ତ୍ତିକେଶ୍ୱର ପୂଜା ଭସାଣିରେ ବାଣ ବିସ୍ଫୋରଣକୁ ନେଇ ଉଠିଲା ଅନେକ ପ୍ରଶ୍ନ । କାହା ଅନୁମତିରେ ଏତେ ମାତ୍ରାରେ ବାଣ ରଖିଥିଲା ପୂଜା କମିଟି ତାହାକୁ ନେଇ ଅଭିଯୋଗ ଉଠିଛି । ତେବେ ଗତକାଲି ଭସାଣି ବେଳେ ହାବେଳି ଫୁଟି ବାଣ ବସ୍ତା ଉପରେ ପଡିଥିଲା । ଆଉ କେହି କିଛି ଭାବିବା ପୂର୍ବରୁ ବସ୍ତାରେ ଥିବା ବାଣ ଫୁଟି ଲୋକଙ୍କ ଉପରେ ପଡିଥିଲା । ଯେଉଁ ଘଟଣାରେ ୫୦ ଜଣ ଆହତ ହୋଇଥିବାବେଳେ ୨୫ ଜଣଙ୍କ ସ୍ଥିତି ଗୁରୁତର ରହିଛି । ଖାଲି ସେତିକି ନୁହେଁ, ୩୪ ଜଣଙ୍କ ଚିକିତ୍ସା କଟକ ବଡ ମେଡିକାଲରେ କରାଯାଉଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡାର ବାଲିଆରେ କାର୍ତ୍ତିକେଶ୍ୱର ପୂଜାର ଭସାଣ ଚାଲିଥିଲା । କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚାଲିଥିଲା ଭସାଣୀ ଶୋଭାଯାତ୍ରା । ସମସ୍ତେ ଠାକୁରଙ୍କୁ ବିଦାୟ ଦେବାରେ ମସଗୁଲ ଥିଲେ । ଡିଜେର ତାଳେ ତାଳେ ସମସ୍ତେ ନାଚୁଥିଲେ । ଆଉ ଏତିକି ବେଳେ ହଠାତ ଶୁଭିଥିଲା ବିସ୍ଫୋରଣର ଶଦ୍ଦ । ହାବେଳି ବାଣ ଆକାଶରେ ଫୁଟିବା ବଦଳରେ ତଳେ ଫୁଟି ବାଣୁଆ ରଖିଥିବା ୪-୫ ବସ୍ତା ବାଣ ଉପରେ ପଡିଥିଲା । ଆଉ କେହି କିଛି ଭାବିବା ପୂର୍ବରୁ ବସ୍ତାରେ ଥିବା ବାଣ ଫୁଟି ଲୋକଙ୍କ ଉପରେ ପଡିଥିଲା । ଆଉ ଘଟଣାସ୍ଥଳରେ ସୃଷ୍ଟି ହୋଇଥିଲା କୋକୁଆଭୟ । ବାଣ ନିଆଁରେ କାହାର ହାତ ଓ ଶରୀର ପୋଡିଯାଇଥିଲା କାହା ମୁହଁରେ କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା

  • ବାଣ ଫୁଟାଇବାକୁ ମିଳିଥିଲା କି ଅନୁମତି?
  • ଆବଶ୍ୟକ ସତର୍କତା ନିଆଯାଇନଥିଲା କାହିଁକି?

କାର୍ତ୍ତିକେଶ୍ୱର ବାଣ ବିସ୍ଫୋରଣ ଘଟଣା ପରେ ଗ୍ରାଉଣ୍ଡ ଜିରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଆଇଜି ନରସିଂହ ଭୋଳ । ରାସ୍ତା ଉପରେ କେଉଁ କାରଣରୁ ଏଭଳି ଘଟିଲା ଘଟଣା ? ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ କି? ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ । ଆଉ ଏହି ଘଟଣାର ତଦନ୍ତ ଚାଲିଛି । ପୂଜା କମିଟିିର ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇଜି । ୫୦ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ୩୩ ଆହତ ଏସସିବିରେ ଭର୍ତ୍ତି ହୋଇଛନ୍ତି । ୧୦ ଜଣ ଆଇସିୟୁରେ ଅଛନ୍ତି ।

କୁହାଯାଉଛି,ଏକ ପାନ ଦୋକାନ ଓ ଅନ୍ୟ କିଛି ଜାଗାରେ ବେଆଇନ ଭାବେ ରଖାଯାଇଥିବା ବାଣ ଉପରେ ନିଆ ଝୁଲ ପଡି ସେସବୁ ଫୁଟିବାରେ ଲାଗିଥିଲା । ତେବେ ଏତେ ବେଆଇନ ବାଣ କେଉଁଠୁ ଆସିଲା ଓ ବାଣ ରଖାଯାଇଥିବା ସତ୍ୱେ କାହିଁକି ସତର୍କ ପଦକ୍ଷେପ ନିଆଯାଇନଥିଲା ସେ ଉପରେ ପ୍ରଶ୍ନ ଉଠିଛି ।