କନକ ବ୍ୟୁରୋ: ଜନଶୁଣାଣି ଶିବିରରେ ଅଭିଯୋଗ କରିପାରିଲେନି ଅଭିଯୋଗକାରୀ । ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୋଗପତ୍ର ଚିରି ଫୋପାଡିଛନ୍ତି ଅଭିଯୋଗକାରୀ । ବାଲେଶ୍ୱର ବସ୍ତା ବ୍ଲକରେ ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣି ଶିବିରରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଅଭିଯୋଗ ଶୁଣାଣି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦିନ ୧ଟାରେ ଶିବିର କାର୍ଯ୍ୟକ୍ରମ ଶେଷ ହୋଇଯାଇଥିଲା । ଯାହାଫଲରେ ଅଭିଯୋଗ ନେଇ ଆସିଥିବା ଲୋକେ ଅଭିଯୋଗ ପତ୍ର ଚିରି ଫୋପାଡି ଦେଇଥିଲେ । ସେପଟେ ଅଭିଯୋଗକାରୀ ନଆସିବାରୁ ଶିବିର ବନ୍ଦ କରିଦିଆଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।