କମ୍ପାନୀ ପାଇପ ଫାଟି ଫସଲ ନଷ୍ଟ । ଚିତ୍ରକୋଣ୍ଡା ଚାଷ ଜମିରେ ଫାଟିଗଲା ଆରସେଲର ମିତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ କମ୍ପାନୀର ପାଇପ । ୫ରୁ ୬ ଏକର ଜମିରେ ମାଡିଲା କେମିକାଲ ମିଶା ପାଣି ।

145

କନକ ବ୍ୟୁରୋ : କମ୍ପାନୀ ପାଇପ୍ ଫାଟି ଫସଲ ନଷ୍ଟ । ମାଲାକାନଗିରି ଜିଲ୍ଲା ଚିତ୍ରକୁଣ୍ଡାରେ ଦେଇ ଯାଇଥିବା ନିପନ୍ ପାଇପ ଲାଇନ୍ ବଡପଦର ପଂଚାୟତର ଦୁଇଟି ଗ୍ରାମ ବାଂଗୁରୁପଡା ଓ ଖିଲଗୁଡା ମଧ୍ୟ ଦେଇ ଯାଇଛି । କୌଣସି କାରଣରୁ କମ୍ପାନିର ପାଇପଲାଇନ ଫାଟିଯାଇଥିବାରୁ ପାଖାପାଖି ୫ରୁ ୬ ଏକର ଜମିରେ ଚାଷ କରାଯାଇଥିବା ଫସଲରେ କେମିକାଲ ପାଣି ମିଶା ଲୁହାପଥର ଗୁଣ୍ଡ ମାଡିଯାଇଛି ।
କେମିକାଲ ପାଣି ଜମିରେ ମାଡିବା ଫଳରେ ଏକର ଏକର ଫସଲ ଏବେ ନଷ୍ଟ ହୋଇଛି । ଏନେଇ ଲୋକଙ୍କ ପ୍ରତିବାଦ ପରେ ଏବେ କମ୍ପାନି କ୍ଷୟକ୍ଷତି ଦେବାକୁ ରାଜି ହୋଇଛି ।