ବିଲ ନଦେବାରୁ କଲେଜରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କଲା କମ୍ପାନୀ । ଖଲ୍ଲିକୋଟ୍ କଲେଜ ବାକି ରଖିଛି ୫ଲକ୍ଷରୁ ଅଧିକ ଟଙ୍କାର ବିଲ୍ । 

208

କନକ ବ୍ୟୁରୋ: ବିଦ୍ୟୁତ ବିଲ ନଦେବାରୁ କଲେଜରେ ହେଲା ବିଦ୍ୟୁତ କାଟ । ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧି ପହଂଚିବା ପୂର୍ବରୁ କଲେଜକୁ ଆସି ଯାଇଥିଲା ବିଦ୍ୟୁତ । ବ୍ରହ୍ମପୁର ଖଲ୍ଲିକୋଟ୍ ସ୍ଥିତ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା  କଲେଜରେ ଗତକାଲି ଠାରୁ ବିଦ୍ୟୁତ କାଟ କରାଯାଇଥିଲା ।

କଲେଜରେ ୫ଲକ୍ଷରୁ ଅଧିକ ଟଙ୍କା ବାକି ରହିଥିବା ବେଳେ ଟାଟା ପକ୍ଷରୁ ବିଦ୍ୟୁତ କାଟ କରାଯାଇଥିବା ସୂଚନା ରହିଛି । ବିଦ୍ୟୁତ କାଟ ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଛି । ଅନଲାଇନ କ୍ଲାସ ହୋଇପାରୁନଥିବା ବେଳେ ଅନେକ କାମରେ ବାଧା ସୃଷ୍ଟି ହେଉଛି । ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧି କଲେଜରେ ପହଂଚିବା ପରେ ଦିନ ୧୧ଟାରେ କଲେଜ ବିଦ୍ୟୁତ ଯୋଗାଇ ଦିଆଯାଇଥିବା ସୂଚନା ରହିଛି ।