କନକ ବ୍ୟୁରୋ: ଚାଷୀଙ୍କ ଠାରୁ ଧାନ ୩୧ଶହ ଟଙ୍କାରେ କିଣାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର । ବିଭାଗୀୟ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଇସ୍ତାହାରରେ କହିଥିଲୁ ଏଇ ଖରିଫ ଋତୁରୁ ଚାଷୀଙ୍କୁ ୩୧ଶହ ଟଙ୍କା ମିଳିବ ବୋଲି କହିଛନ୍ତି କୃଷ୍ଣ ପାତ୍ର । ଗତକାଲି କେନ୍ଦ୍ର ଏମ୍ଏସ୍ପି ୨୩ଶହ ଟଙ୍କା କରିବା ପରେ ସୁବିଧା ହୋଇଛି । ଏବଂ ୯୨୭ ଟଙ୍କା ଦେବାକୁ ପଡ଼ିଥାନ୍ତା ଏବେ କିନ୍ତୁ ୮ଶହ ଟଙ୍କା ଦେବାକୁ ପଡ଼ିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । କ୍ୱିଂଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣାଯିବ ସେଥିପାଇଁ କମିଟି ଗଠନ ହୋଇଛି । ଚାଷୀଙ୍କ ଧାନ କିଣିଲା ବେଳେ କଟଣୀ ଛଟଣୀ କରିପାରିବେ ନାହିଁ । ଏପରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ । ୪୮ଘଂଟାରେ ଚାଷୀଙ୍କ ଆକାଉଂଟକୁ ଟଙ୍କା ଯିବ ।