ଚୋରୀ ଗ୍ୟାଙ୍ଗ ମିଆଁ ବିବିଙ୍କ ପର୍ଦ୍ଦାଫାଶ କଲା କମିଶନରେଟ ପୁଲିସ। ୫୫ଲକ୍ଷ ଟଙ୍କାର ଫର୍ଚୁନରର ଗାଡିକୁ ମାତ୍ର ୧୫ଲକ୍ଷ ଟଙ୍କାରେ ବିକିବାକୁ କରିଥିଲେ ଡିଲ୍ ।

274

କନକ ବ୍ୟୁରୋ: ସୁନ୍ଦରୀ ବେଗମ୍ ବିକି କରୁଥିଲେ ଚୋରା ଗାଡି । ୫୫ ଲକ୍ଷ ଟଙ୍କାର ଫର୍ଚୁନରର ଗାଡିକୁ ମାତ୍ର ୧୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ କରିଥିଲେ ଡିଲ୍ । ଆଉ ଏହି କାରନାମାରେ ସହଯୋଗ କରୁଥିଲେ ବାଦଶାହା । ପୁରୁଣା ଗାଡି ବିକ୍ରି ଆଳରେ ଠକେଇ କରୁଥିବା ଚୋରୀ ଗ୍ୟାଙ୍ଗର ମିଆଁ ବିବିଙ୍କ ପର୍ଦ୍ଦାଫାଶ କରିଛି କମିଶନରେଟ ପୁଲିସ ।

  • ୧୫ ଲକ୍ଷରେ ଫର୍ଚୁନର!
  • ୨୨ ଲକ୍ଷରେ ଭେଲାର!
  • ବନ୍ଧା ହେଲେ ବେଗମ

ଟୟୋଟା ଫର୍ଚୁନର, ମଧ୍ୟବିତ୍ ପରିବାରର ଯୁବକ ମାନଙ୍କର ସ୍ୱପ୍ନର କାର । ଏହି ଲକଜ୍ୟୁରି କାରର ବଜାର ମୁଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର ୨୦ ଦିନରୁ କମ ବ୍ୟବହାର ହୋଇଥିବା ଏହି ବ୍ରାଣ୍ଡ ନିୟୁ କାର ମିଳୁଥିଲା ମାତ୍ର ୧୫ ଲକ୍ଷ ଟଙ୍କାରେ । ଡିଲ କରୁଥିଲେ ସୁନ୍ଦରୀ ବେଗମ୍ । ଡେଲିଭରି ଦେଉଥିଲେ ବେଗମଙ୍କ ବାଦଶାହା । ଏହି ସୁନ୍ଦରୀ ବେଗମ ହେଉଛନ୍ତି ସମନ୍ତା ନସରିନ ବେଗମ ଓ ସବାନା ସିଦ୍ଦିକି । ପାଖରେ ଛିଡା ହୋଇଥିବା ଇଶାନ ୱାର୍ଶି ଓ ଜାହିଦ ହୁସେନ ଏମାନଙ୍କର ସ୍ୱାମୀ । ପଶ୍ଚିମବଙ୍ଗର ଇଶାନ ଓ ନସରିନ ହେଉଛନ୍ତି ଚୋରୀ କରିବାରେ ମାହିର, ଖାଲି ସିଗନାଲକୁ ଅପେକ୍ଷା । ସିଗନାଲ ମିଳିବା ପରେ, ଦିଲ୍ଲୀ ଯାଇ ଗାଡି ଚୋରୀ କରନ୍ତି । ଆଉ ତାମିଲନାଡୁର ଜାହିଦ ଓ ସବାନା ଚୋରୀ ଗାଡିକୁ ଠିକଣା ଲଗାଇ ବିକ୍ରି କରିବା ପାଇଁ ଗ୍ରାହକ ଯୋଗାଡ କରନ୍ତି । ଆଉ ଏମାନଙ୍କର ଡ୍ରାଇଭର ଫରାଜ ୱାର୍ସି । ଯିଏ କୋଟି କୋଟି ଟଙ୍କାର ଭେଲାର କାରକୁ ୨୨ଲକ୍ଷରେ ଡିଲ୍ କରିଥିବା ଜଣାପଡିଛି । ଏହିଭଳି ଚୋରୀ ଗ୍ୟାଙ୍ଗ ଚଳାଇଥିବା ମିଆଁ ବିବି ଗ୍ୟାଙ୍ଗର ପର୍ଦାଫାଶ କରିଛି କମିଶନରେଟ ପୁଲିସ ।

ଏହି କାରର ଖୋଳତାଡ ପାଇଁ ଦିଲ୍ଲୀ ପୁଲିସ ଭୁବନଶ୍ୱରରେ ପହଞ୍ଚିଛି । ଗାଡିର ପକୃତ ମାଲିକ ହେଉଛନ୍ତି ପଞ୍ଜାବର ଜୟପାଲ ସିଂ । ନିଜ ପରିବାର ସହ ଏକ ବାହାଘର ଭୋଜି ପାଇଁ ଯାଇଥିଲେ । ମଣ୍ଡପ ବାହାରେ ଗାଡିକୁ ପାର୍କିଂ କରିଥିଲେ । ଭୋଜି ଖାଇ ଫେରିଲା ବେଳକୁ ଗାଡି ନେଇ ଫେରାର ହୋଇଯାଇଥିଲେ ଏହି ଗ୍ୟାଙ୍ଗ ।

ଶସ୍ତାରେ କାର କିଣିବାକୁ ଚାହୁଁଛନ୍ତି କି? ଲୋଭନୀୟ ସ୍କିମ ଦେଖାଇ, ମିଠା ମିଠା କଥା କହି ଆପଣଙ୍କୁ ଫୋନ କରୁଛି କି? କମ ଦାମରେ ଲକଜ୍ୟୁରୀ କାର କିଣିବା ଲୋଭରେ ପଡୁଛନ୍ତି କି? ଟିକିଏ ସତର୍କ ହୋଇଯାନ୍ତୁ, ନହେଲେ ଶସ୍ତାରୁ ହିନସ୍ଥା ହେବେ । ତେବେ ଏଠାରେ ପ୍ରଶ୍ନ…

  • ଚୋରୀ ଗାଡି ଜାଣି ମଧ୍ୟ ତାକୁ କିଣିବା ପାଇଁ କିଏ କରିଥିଲା ଡିଲ?
  • ଛତୁ ଫୁଟିଲା ଭଳି ସେକେଣ୍ଡ ହ୍ୟାଣ୍ଡ ସୋ ରୁମକୁ ଯାଞ୍ଚ କରିବ କି କମିଶନରେଟ ପୁଲିସ ?
  • ଚୋରଙ୍କ ହବ ପାଲଟିଲାଣି କି ଭୁବନେଶ୍ୱର?
  • ଏହି ବେଗମଙ୍କ ସହ କିଏ ମିଶାଇ ଥିଲା ହାତ?
  • ପୂର୍ବରୁ କେତେ ଡିଲ ହୋଇଛି ଭୁବନେଶ୍ୱରରେ?
  • କିଏ ଦେଉଥିଲା ସାହାସ, କାହାର ପଡିଥିଲା କେତେ ଭାଗ?