କନକ ବ୍ୟୁରୋ: କମିଶନରେଟ୍ ପୋଲିସ ହାତରେ ଚେନ୍ ଛିନତାଇ ଗ୍ୟାଙ୍ଗ । ୩ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏମାନଙ୍କ ନାଁରେ କମିଶନରେଟ୍ ପୋଲିସର ଏକାଧିକ ଥାନାରେ ୧୨ରୁ ଅଧିକ ମାମଲା ରହିଛି । ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ଅଂଚଳର ସୁରେଶ ନାୟକ ଓରଫ ରଙ୍ଗା, ପି ରାମୁଲୁ ରାଓ । ଅନ୍ୟଜଣେ ନାବାଳକ ଥିବା ଜଣାପଡ଼ିଛି । ସେମାନଙ୍କ ଠାରୁ ୪ଟି ଚେନ୍, ବାଇକ, ୩ଟି ମୋବାଇଲ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ ।
କମିଶନରେଟ୍ ପୋଲିସ ହାତରେ ଚେନ୍ ଛିନତାଇ ଗ୍ୟାଙ୍ଗ: ୩ ଜଣଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ
/kanak/media/post_attachments/wp-content/uploads/2024/01/24-23.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)