ନିଖୋଜ ନାବାଳିକାଙ୍କୁ ଖୋଜିବ କମିଶନରେଟ୍ ପୋଲିସ: ଆରମ୍ଭ ହେଲା ପ୍ରାରମ୍ଭ ଯୋଜନା

125

କନକ ବ୍ୟୁରୋ: କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହେଲା ପ୍ରାରମ୍ଭ ଯୋଜନା । ଅପହରଣ ହୋଇଥିବା ନାବାଳିକାଙ୍କ ଉଦ୍ଧାର କରିବା ଦିଗରେ ଏହା କାମ କରିବ । ପ୍ରତିବର୍ଷ ଭୁବନେଶ୍ୱରରେ ୩ ଶହରୁ ୩୫୦ ଅପହରଣ ମାମଲା ରୁଜୁ ହେଉଛି । ବିବାହ ପ୍ରଲୋଭନ ଦେଖାଇ ଅପହରଣ କରାଯାଉଥିବା ଅଧିକାଂଶ ଘଟଣାରେ ଦେଖିବାକୁ ମିଳୁଛି । ଯାହା ପୋଲିସ ପାଇଁ ଚ୍ୟାଲେଂଜ ସୃଷ୍ଟି କରୁଛି । ଗତ ୬ ମାସ ତଳେ ଆରମ୍ଭ ହୋଇଥିବା କିଡନାପିଂ ସେଲ୍ ଦ୍ୱାରା ଟ୍ୱିନ୍ସିଟିରୁ ୨୪୧ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା ।

୨୯୫ ଅପହରଣ ଅଭିଯୋଗର ତଦନ୍ତ ଶେଷ ହୋଇଥିବା କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ସଚେତନ କରାଯିବା ସ୍କୁଲ ଓ କଲେଜ ମାନଙ୍କରେ କର୍ମଶାଳା କରାଯିବ । ପ୍ରାରମ୍ଭ ଯୋଜନାରେ ଅଭିଯୋଗ କରିବା ପାଇଁ ହେଲ୍ପ ଲାଇନ୍ ନମ୍ବର ରହିଛି । ୨୫୪୫୪୪୫ ନମ୍ବରରେ ଯୋଗାଯୋଗ କରିହେବ । ଏହି ଅବସରରେ ଯୋଗଦେଇଥିଲେ ଚର୍ଚ୍ଚିତ ବଲିଉଡ୍ ଅଭିନେତା ରାହୁଲ ବୋଷ ।