ସାଇବର ଅପରାଧ ରୋକିବା ପାଇଁ ହେଲପ ଡେସ୍କ ଖୋଲିଲା କମିସନରେଟ ପୁଲିସ । ଜାରି କଲା ସହାୟତା ନମ୍ବର । କହିଲେ, ଠକେଇର ଏକ ଘଂଟା ଗୁରୁତ୍ୱପୂର୍ଣ୍ଣ

169

କନକ ବ୍ୟୁରୋ : ସାଇବର ଅପରାଧ ରୋକିବାକୁ ଜାରି ହେଲା ସହାୟତା ନମ୍ବର । ସହାୟତା ନମ୍ବର – ୭୪୪୦୦୦୬୭୦୯ ଜାରି । ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ ବ୍ଲକ କରାଯିବ । ଠକେଇ ଟଙ୍କା କୁଆଡେ ଯାଉଛି ଓ କୋଉ ଆକାଉଣ୍ଟକୁ ଯାଉଛି ଧରାଯିବ । ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ପୋଲିସ କମିଶନର ।

ସଙ୍ଗେସଙ୍ଗେ ହେଲପ ଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ । ଆସିଥିବା ୟୁଆରଏଲ ଦେବାମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଥାନାରେ ଅଭିଯୋଗ ପହଞ୍ଚିବା ମାତ୍ରେ ଆଇଆଇସିଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ କମିଶନର । ସନ୍ଦେହଜନକ କଲ୍ ଆସିଲେ ପୋଲିସକୁ ଜଣାଇବାକୁ ପରାମର୍ଶ । ଜଣେ ସବଇନ୍ସିପେକ୍ଟର ଓ ୭ ଜଣ କନଷ୍ଟେବଳ ଏଥିରେ କାମ କରୁଛନ୍ତି ।