ଭାଇରାଲ ଅଡିଓ ଖୋଲିଦେଲା ଗୁମର: ଏମସିଏଲ ଖଣି ବିସ୍ଥାପିତଙ୍କୁ କ୍ଷତିପୂରଣ ପାଇଁ ଦେବାକୁ ପଡ଼ୁଛି କମିଶନ

124

କନକ ବ୍ୟୁରୋ: ସୁନ୍ଦରଗଡରେ ଏମସିଏଲ ଖଣି ସଂପ୍ରସାରଣ ପାଇଁ ହେଉଥିବା ଜମି ଅଧିଗ୍ରହଣ ବେଳେ ବଡଧରଣ ଦୁର୍ନୀତି ଚାଲିଥିବା ଜଣାପଡିଛି । ବିସ୍ଥାପିତଙ୍କୁ ସେମାନଙ୍କ ହକର ଟଙ୍କା ଦେଲାବେଳେ ଲାଂଚ ଦାବି କରୁଛନ୍ତି ସରକାରୀ ଅଧିକାରୀ । ଏ ସଂପର୍କିତ କେତେକ ଭାଇରାଲ ଅଡିଓ ଖୋଲି ଦେଇଛି ସବୁ ଗୁମର । କ୍ଷତିପୂରଣ ଟଙ୍କା ପ୍ରଦାନ ପାଇଁ ମୂଚାଲର ଅଡିଓ ସାମ୍ନାକୁ ଆସିଛି ।

ସୁନ୍ଦରଗଡ ଲେଫ୍ରିପଡାର ଜଣେ ବିସ୍ଥାପିତ ଭାଷ୍କର ବଢେଇଙ୍କ ସହ ଏମସିଏଲ ଆରଆଇ ଅମୀୟ ଛୁରାଙ୍କ କଥାବାର୍ତାର ଅଡିଓ ପଦାକୁ ଆସିଛି । ନିଜର ୩ ଏକର ୨୪ ଡେସିମିଲ ଜମି ପାଇଁ ତାଙ୍କୁ କ୍ଷତିପୂରଣ ବାବଦକୁ ପ୍ରାୟ ୯୫ ଲକ୍ଷ ଟଙ୍କା ମିଳିବାର ଅଛି । ହେଲେ ତାଙ୍କ ପ୍ରାପ୍ୟ ପାଇବା ପାଇଁ ବି ୨ ପ୍ରତିଶତ କମିଶନ ଦାବି କରୁଛନ୍ତି ସରକାରୀ ଆରଆଇ ।