କନକ ବ୍ୟୁରୋ : ଯାତ୍ରା ଜଗତର କମେଡି କିଙ୍ଗ ରବି ଶତପଥୀ । ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କଳଦୀପ ଗାଁରେ । ଯାତ୍ରା ଜଗତରେ କମେଡି କିଙ୍ଗ ରବି ଶତପଥୀଙ୍କ ଅଭିନୟ ଥିବା ନାଟକ ଯେଉଁ ସ୍ଥାନରେ ପଡ଼ିଥାଏ ତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକଙ୍କ ଖଚାଖଚ ଗିଡ଼ ଲାଗେ ।

Advertisment

ନିଖୁଣ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଥିଲେ ରବି । ହେଲେ କିଛି ମାସ ହେବ ରବି ଶତପଥୀଙ୍କ କମେଡି ଆଉ ଦେଖିବାକୁ ମିଳୁନି । ଦର୍ଶକ ଆଉ ତାଙ୍କ କମେଡି ମଧ୍ୟ ଦେଖିବାକୁ ପାଉ ନାହାଁନ୍ତି । ରଜ ସମୟରେ କମେଡି କିଙ୍ଗ ରବି ଶତପଥୀ ନାଟକ କରିବା ପାଇଁ ଘରୁ ବାହାରି ସାରିଥିଲେ । ଯାତ୍ରାରେ ଅଭିନୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ହେଲେ ହଠାତ ଦେହ ଅସୁସ୍ଥ ହୋଇ ତାଙ୍କର ବାନ୍ତି ହୋଇଥିଲେ । ଘର ଲୋକ ହସ୍ପିଟାଲ ନେବା ପରେ ଜାଣିବାକୁ ପାଇଥିଲେ ସେ କ୍ୟାନସରରେ ଆକ୍ରାନ୍ତ ।

ଅଧିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ କେମୋ ମଧ୍ୟ ଦିଆଗଲା । ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିଲାନି । ଏବେ ବିଛଣାରେ ପଡ଼ି ରହୁଛନ୍ତି । ପୁଅଙ୍କ କହିବା ଅନୁସାରେ ଏବେ ତାଙ୍କ ବାପାଙ୍କ ଦେହରେ ସାଲାଇନ୍ ବି ଯାଉନି ତାଙ୍କୁ ଦେଖିବା ପାଇଁ ଯାତ୍ରା କଳାପାର ଘରକୁ ଆସୁଛନ୍ତି । ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ କରି କରି ଅନେକ ପୁରସ୍କାର ପାଇଛନ୍ତି ରବି ଶତପଥି ।