ଆଜିଠୁ ରାଜ୍ୟରେ ବଢ଼ିବ ଶୀତ ଲହରୀ : ୨ରୁ ୩ ଡିଗ୍ରୀ ସେଲିସିୟସ୍ ଯାଏଁ ହ୍ରାସ ପାଇବ ତାପମାତ୍ରା; ୧୫ ଡିଗ୍ରୀ ତଳକୁ ୩ଟି ସ୍ଥାନର ତାପମାତ୍ରା

114

କନକ ବ୍ୟୁରୋ : ଆଜିଠୁ ବଢିବ ଶୀତ । ରାଜ୍ୟର ତାପମାତ୍ରା ଦୁଇ ରୁ ତିନି ଦିନ ଯାଏଁ ୨ରୁ ୩ ଡିଗ୍ରୀ ସେଲିସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବ । ଫଳରେ ବିଭିନ୍ନ ସ୍ଥାନରେ ତାପମାତ୍ର କମିବା ଯୋଗୁଁ ଥଣ୍ଡା ଅନୁଭୁତ ହେବ, ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ତିନୋଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ତଳେ ଥିବା ବେଳେ ସୋନପୁରରେ ୧୪.୨, କୋରାପୁଟରେ୧୪.୬, ରହିଛି । ସେହିପରି ଅନୁଗୋଳରେ ୧୫.୬. ଭୁବନେଶ୍ୱରରେ ୨୧.୫, କଟକରେ ୨୦.୬ ଏବଂ ବୌଦ୍ଧରେ ୧୬ ସେଲିସିୟସ୍  ତାପାମାତ୍ରା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆସନ୍ତା ୫ ଦିନରେ ରାଜ୍ୟରେ ଶୀତ ଆହୁରି କମିବ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ । ୧୯ତାରିଖରୁ ରାଜ୍ୟକୁ ଥଣ୍ଡା ଫେରିବ । ଆସନ୍ତା ୫ ଦିନ ଭିତରେ ଥଣ୍ଡା ଆହୁରି କମିବ । ପାଗ ମୁଖ୍ୟତଃ ଶୁଖିଲା ରହିବ। ଭୁବ‌ନେଶ୍ୱର ସମେତ ଉପକୂଳ ଜିଲ୍ଲାମାନଙ୍କରେ ୧୫ ତାରିଖଠାରୁ ପୂର୍ବା ପବନ ବହିବ। ଭୁବନେଶ୍ୱର ସମେତ ଉପକୂଳରେ ୧୫ ତାରିଖ ରାତିରୁ ସର୍ବନିମ୍ନ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ୧୭ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨ ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ୧୬ ତାରିଖରେ ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ୩ ଡିଗ୍ରୀ ବଢ଼ି ୧୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୧୮ ତାରିଖରେ ହାଲୁକା ବର୍ଷା ହୋଇପାରେ । ତେବେ ୨୦ରୁ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ରାତ୍ରି ତାପମାତ୍ରା ପ୍ରାୟ ୩ ଡିଗ୍ରି କମିବା ଯୋଗୁଁ ପୁଣି ଥଣ୍ଡା ବଢ଼ିବ । ‌ସେହିପରି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୧୯ ତାରିଖରୁ ପୁଣି ଥଣ୍ଡା ଫେରିବ ।