କନକ ବ୍ୟୁରୋ: ରାଜ୍ୟରେ ପଞ୍ଚାୟକ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ରାଜ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଫେବୃଆରୀ ୧୬ରୁ ରାଜ୍ୟରେ ଭୋଟିଂ ଆରମ୍ଭ ହେବ । ତେଣୁ ଆଜିଠୁ ରାଜ୍ୟରେ ଆଦର୍ଶ ଆଚରଣ ବିଧ ଲାଗୁ ହୋଇଛି । ରାଜ୍ୟ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧ ଲାଗୁ କରିଛନ୍ତି । ପୂରା କରୋନା କଟକଣାରେ ଏଥର ନିର୍ବାଚନ କରାଯିବ ।
ଆଦର୍ଶ ଆଚରଣ ବିଧିର ଅର୍ଥ ହେଉଛି – ନିର୍ବାଚନ ପ୍ରକ୍ରିୟା ସମୟରେ ରାଜନୈତିକ ଦଳ ଓ ପୋଲିଂ ଏଜେଂଟମାନେ କ’ଣ କରିବେ ଓ କ’ଣ କରିବେ ନାହିଁ, ତା’ର ଗାଇଡଲାଇନ୍ । ନିର୍ବାଚନ କମିଶନଙ୍କ ନିର୍ଦ୍ଧାରିତ ଗାଇଡଲାଇନ୍ ଅନୁଯାୟୀ ନିର୍ବାଚନ ହେବ । ଆଦର୍ଶ ଆଚରଣ ବିଧି ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହି ଆଚରଣ ବିଧି ଜାରି ରହିବ ।
ସାଧାରଣ ଆଚରଣ ବିଧି
୧-କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ମୌଖିକ ଭାବେ ବା ଲିଖିତ ଭାବେ ଏପରି କୌଣସି ଭାଷା ବ୍ୟବହାର କରିବେ ନାହିଁ କିମ୍ବା ଏଭଳି କାର୍ଯ୍ୟ କରିବେ ନାହିଁ ଯାହାକି ବିଭିନ୍ନ ଗୋଷ୍ଠୀ ଓ ସମ୍ପ୍ରାଦାୟ ମଧ୍ୟରେ ଧର୍ମ, ଲିଙ୍ଗ, ଭାଷା, ଜାତିକୁ ନେଇ ଗୋଷ୍ଠୀକୁ ନେଇ ଘୃଣା ଭାବ ସୃଷ୍ଟି କରିବ ।
୨-କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ଗୁପ୍ତ ଭାବରେ ଏଭଳି ହିଂସାତ୍ମକ କାର୍ଯ୍ୟକଳାପର ଆଶ୍ରୟ ନେବେ ନାହିଁ ବା ସେସବୁକୁ ଉତ୍ସାହିତ କରିବେ ନାହିଁ ଯାହାଦ୍ୱାରା ସାଧାରଣ ଶାନ୍ତି ଶୃଙ୍ଖଳା ଭଙ୍ଗ ହେବା ସହ ଭୋଟରଙ୍କ ମନରେ ଭୟ ବା ଆଶଙ୍କା ସୃଷ୍ଟି ହେବ ।
୩-କୌଣସି ଧାର୍ମିକ ସ୍ଥାନ, ସରକାରୀ ଭବନ ବା କାର୍ଯ୍ୟାଳୟ ବି ଶିକ୍ଷାନୁଷ୍ଠାନ ପରିସରରେ ନିର୍ବାଚନ ପ୍ରଚାର, ସଭା, ସମ୍ମିଳନୀ କରାଯିବ ନାହିଁ ।
୪-ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ଏପରି କୌଣସି ପ୍ରକାର ବାଧା କିମ୍ବା ଭୟ ପ୍ରଦାନ କରାଯିବ ନାହିଁ ଯାହା ତାଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବାରେ ବାଧା ସୃଷ୍ଟି କରିବ ।
୫-ସମସ୍ତ ରାଜନୈତିର ଦଳ ଓ ପ୍ରାର୍ଥୀ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ସହଯୋଗ କରିବେ ।
୬-ନିର୍ବାଚନ ଆଇନ ଅନୁଯାୟୀ ଦୁର୍ନୀତି ଓ ଅପରାଧ ବିବେଚିତ ସମସ୍ତ କାର୍ଯ୍ୟରୁ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀ ନିବୃତ୍ତ ରହିବେ ।
ଫେବୃଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଓ ୨୪ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ । ସେହିପରି ୨୬, ୨୭, ୨୮ ତାରିଖରେ ଭୋଟ ଗଣତି ହେବ । ସକାଳ ୭ଟାରୁ ଦିନ ୧ଟାଏ ଯାଏଁ ମତଦାନ କରିପାରିବେ ପ୍ରାର୍ଥୀ । ଅନ୍ୟପକ୍ଷରେ ଯଦି ପ୍ରାର୍ଥୀ ଭୁଲ ତଥ୍ୟ ଦିଅନ୍ତି ତେବେ ଦଣ୍ଡିତ ହେବେ ବୋଲି ନିର୍ବାଚନ କମିଶନ କହିଛନ୍ତି ।
ପ ଞ୍ଚାୟ ନିର୍ବାଚନରେ ୨ କୋଟି ୭୯ ଲକ୍ଷ ଭୋଟର ଦେବେ ଭୋଟ । କେଉଁ ବ୍ଲକରେ କେବେ ନିର୍ବାଚନ ହେବ ସେ ନେଇ ୱେବସାଇଟରେ ଉପଲବ୍ଧ ହେବ । କରୋନା ପାଇଁ ସଭା ସମିତି, ରାଲି, ପଦଯାତ୍ରା ଉପରେ କଟକଣା ଲଗାଯାଇଛି । ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର କରିବେ ପ୍ରାର୍ଥୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/27-11.jpg)