କନକ ବ୍ୟୁରୋ: ମନ ମୋହୁଛି ଷ୍ଟିଲ ସିଟି । ରଙ୍ଗ ବେରଙ୍ଗର ଫୁଲ ବଢାଉଛି ସହରର ସୌନ୍ଦର୍ଯ୍ୟ । ଇସ୍ପାତ କାରଖାନାର ଧୁଳି, ଧୁଆଁକୁ ଲୁଚାଇ ଦେଇଛି ସହରର ପ୍ରାକୃତିତ ପରିବେଶ । ପ୍ରାତଃଭମଣରେ ରାଉରକେଲାରେ ସୁଇଜରଲ୍ୟାଣ୍ଡ ମଜା ନେଉଛନ୍ତି ସ୍ଥାନୀୟ ବାସୀନ୍ଦା ଓ ପର୍ଯ୍ୟଟକ ।
Advertisment
ଇସ୍ପାତ ସହର ପାଲଟିଛି ଫୁଲର ସହର । ରାସ୍ତା କଡ ଉଭୟ ପାଶ୍ୱରେ ଫୁଟିଛି ରଙ୍ଗ ବେରଙ୍ଗର ଫୁଲ । ଏ ସୁନ୍ଦର ଦୃଶ୍ୟ ହେଉଛି ୧୮ କିମି ବ୍ୟାପି ରାଉରକେଲା ସହରର ରିଙ୍ଗ୍ ରୋଡ୍ର । ବ୍ୟସ୍ତ ବହୁଳ ସହର, ଜଞ୍ଜାଳପୂର୍ଣ୍ଣ ଜୀବନ ଭିତରେ ଏହି ରାସ୍ତାର ଦୃଶ୍ୟ ସହରବାସୀଙ୍କୁ ଆନନ୍ଦିତ କରିଛି ।
ପ୍ରତି ବର୍ଷ ବସନ୍ତ ଋତୁରେ ଏମିତି ସଜେଇ ହୋଇଥାଏ ଷ୍ଟିଲ ସିଟିର ସହର । ରାଉରକେଲାର ଲୋକ ହୁଅନ୍ତା ଅବା ବାହାରୁ ବୁଲି ଆସୁଥିବା ଲୋକ ଏହି ରି ରୋଡରେ ଘେରାଏ ବୁଲି ଆସିଲେ ଭୁଲି ଯାଆନ୍ତି ଶରୀର କ୍ଳାନ୍ତ, ମନର ଅବସାଦ । ଇସ୍ପାତ ସହରକୁ ସବୁଜ ସୁନ୍ଦର ରଖିବା ପାଇଁ ରାଉରକେଲା ଷ୍ଟିଲ ପ୍ଲାଂଟ ଆରମ୍ଭ ହେବା ଦିନଠୁ ଆରଏସପି ଉଦ୍ୟାନ ବିଭାଗ ବର୍ଷ ତମାମ ପ୍ରୟାସ ଜାରି ରଖିଥାଏ । ବିଭିନ୍ନ ଶିଳ୍ପ ସହର ଧୁଳି ଧୁଆାଁରେ ଭର୍ତି ହେଉଥିବା ବେଳେ ଫୁଲର ସହର ପାଲଟିଛି ରାଉରକେଲା ।