କନକ ବ୍ୟୁରୋ: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ମାହେନ୍ଦ୍ର ବେଳାରେ ସମ୍ପନ୍ନ ହୋଇଛି । ମାଆ ପାର୍ବତୀ ଓ ଶିବଙ୍କ ବିବାହ ସଂପୂର୍ଣ୍ଣ ପରମ୍ପରା ଓ ରୀତିନୀତିରେ ହୋଇଥିଲା । ସ୍ୱର୍ଣ୍ଣ, ରୌପ୍ୟ ଅଳଙ୍କାରରେ ଆଭୂଷିତ ହୋଇ ବରବେଶରେ ସଜ୍ଜିତ ହୋଇଥିଲେ ବାଲିବନ୍ଧାର ସୋମନାଥ ବାବା, ନନ୍ଦପଡ଼ାର ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା ।
ପଣ୍ଡିତମାନେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ୧୦୮ ମହାଆଳତୀ କରିଥିଲେ । ଦେବଦେବୀ ବେଶରେ ସଜ୍ଜିତ ହୋଇ ଭକ୍ତମାନେ ବରାତିରେ ସାମିଲ ହୋଇଥିଲେ । ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନେ ନୃତ୍ୟଗୀତ ପରିବେଷଣ କରିଥିଲେ । ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜେଇ ହୋଇ ମାତା ପାର୍ବତୀ ବଧୁବେଶରେ ଶିବକୁ ଚାହିଁ ବସିଥିଲେ । କନ୍ୟା ପରିବାର ଓ ବନ୍ଧୁ ପରିଜନ ବରଯାତ୍ରୀ ନେଇ ଆସିଥିବା ବାଟବରଣ କରି ବିବାହ ମଣ୍ଡପକୁ ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/61-1.jpg)