କନକ ବ୍ୟୁରୋ: ରାୟଗଡା ସହରରେ ଧୁମଧାମରେ ଚାଲିଛି ମାଆ ଦକ୍ଷିଣ କାଳୀଙ୍କ ଦଶ ମହାବିଦ୍ୟା ପୂଜା । ଏଥିପାଇଁ ବେଶ ଉତ୍ସବମୁଖର ହୋଇପଡିଛି ରାୟଗଡା ସହର । ରୀତିନୀତି ଅନୁସାରେ ମଣ୍ଡପରେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି । ପ୍ରସିଦ୍ଧ ଦକ୍ଷିଣ କାଳୀଙ୍କ ଦଶ ମହାବିଦ୍ୟା ପୂଜା ଦେଖିବାକୁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଅନ୍ୟପଟେ ପୂଜା ମଣ୍ଡପ ନିକଟରେ ମୀନା ବଜାର, ଘରକରଣ ସାମଗ୍ରୀ ଓ ମନୋହର ଦୋକାନ ସହ ଫୁଡ ଷ୍ଟଲ ଲାଗିଛି । ମାଆଙ୍କ ପୂଜାର୍ଚ୍ଚନା, ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ଘର କରଣା ସାମଗ୍ରୀ କିଣିବା ସହ ଚଟାପଟ ଖାଦ୍ୟର ମଜା ନେଉଛନ୍ତି । ଦୀର୍ଘ ୪୧ ବର୍ଷ ହେଲା ଫ୍ରେଣ୍ଡସ ଆସୋସିଏସନ ପକ୍ଷରୁ ଦକ୍ଷିଣ କାଳୀଙ୍କ ଦଶମହାବିଦ୍ୟା ପୂଜା କରାଯାଇ ଆସୁଛି । ଗତ ଅମାବାସ୍ୟରୁ ଆରମ୍ଭ ହୋଇଥିବା ଏହି ପୂଜା ଆସନ୍ତା ୨୩ ତାରିଖ ଦିନ ଶେଷ ହେବ ।
କାଳୀପୂଜାକୁ ନେଇ ରାୟଗଡା ସହର ଉତ୍ସବମୁଖର: ମଣ୍ଡପରେ ଦଶ ମହାବିଦ୍ୟା ପୂଜା ଦେଖିବାକୁ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତଙ୍କ ସମାଗମ
/kanak/media/post_attachments/wp-content/uploads/2023/11/4-22.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)