କନକ ବ୍ୟୁରୋ: ଦକ୍ଷିଣ ଓଡ଼ିଶାର ବ୍ୟବସାୟୀକ ପେଣ୍ଠସ୍ଥଳୀ ବ୍ରହ୍ମପୁର । ସହରର ବରହମପୁରୀ ପାଟ ହେଉ କି ଆଚାର ସମସ୍ତଙ୍କ ପସନ୍ଦ । ସହରକୁ କେହି ବୁଲିବାକୁ ଆସନ୍ତି ଆଚାର ନେବା ପାଇଁ ଭୁଲନ୍ତି ନାହିଁ । ବଜାରରେ ଆମ୍ବ, ଅଦା,ରସୁଣ, ଲେମ୍ବୁ ଟମାଟୋ, ଖଜରା, ଲଙ୍କା ଏଭଳି ୨୦ କିସମର ଆଚାର ବିକ୍ରି ହୁଏ । ଏହିସବୁ ଆଚାର କିଲୋ ୭୦ ଟଙ୍କାରୁ ଆରମ୍ଭ ହୋଇ ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ବର୍ଷ ତମାମ ସହରରେ ଆଚାର ପ୍ରସ୍ତୁତ ହେବା ସହ ବିକ୍ରୀ ମଧ୍ୟହେଉଛି । ଏବେ ବ୍ରହ୍ମପୁର ମୁନିସପାଲଟି ପକ୍ଷରୁ ଏସ.ଏସ.ଜି ମହିଳାମାନେ କିଭଳି ଆଚାର ବେପାରରେ ୨ପଇସା ଲାଭପାଇ ପାରିବେ ଏଥିପାଇଁ ଏକ କୋଠା ନିର୍ମାଣ କରାଯାଇଛି । ସେଠାରେ ଆଚାର ପ୍ରସ୍ତୁତ କରାଯାଉଛି ।

Advertisment

କେରଳରୁ ଆଚାର ପ୍ରସ୍ତୁତିର ତାଲିମ ନେଇ ଆଚାର ପ୍ରସ୍ତୁତ କରୁଛନ୍ତି ମହିଳା । ପ୍ରଥମେ ଆମ୍ବ, ଲେମ୍ବୁ ଲଙ୍କା, ଗାଜର ଏହିଭଳି କଞ୍ଚାଫଳକୁ କାଟି ଲୁଣ ଓ ହଳଦୀ ମିଶାଇ ଖରାରେ ଶୁଖାଇ ରଖନ୍ତି । ଶୁଖିବା ପରେ ଏହିସବୁକୁ ବର୍ଷ ତମାମ ରଖାଯାଇଥାଏ । ସେଥିରୁ କିଛି ପରିମାଣ ଅନୁଯାୟୀ ଏଥିରେ ତେଲ, ଲଙ୍କାଗୁଣ୍ଡ ବିଭିନ୍ନ ମସଲା ଦେଇ ପ୍ରସ୍ତୁତ କରନ୍ତି । ଏହାପରେ ଏକ କିଲୋ ୫ କିଲୋ ଜାରରେ ଭତ୍ତିକରି ପ୍ୟାକ୍ କରାଯାଏ ।

ଆଚାର ପ୍ରସ୍ତୁତି ପରେ ଦକ୍ଷିଣ ଓଡ଼ିଶା ସହିତ ଆଖପାଖ ଜିଳ୍ଲାକୁ ଏହାକୁ ବିକ୍ରି ପାଇଁ ପଠାଯାଏ । ଏହି ବେପାର କରି ମହିଳାମାନେ ମଧ୍ୟ ଭଲ ୨ପଇସା ରୋଜଗାର କରିବା ସହ ପରିବାର ପ୍ରତିପୋଷଣରେ ସହଯୋଗ କରିପାରୁଛନ୍ତି ।