ଜାତୀୟ ଗଣମାଧ୍ୟମରେ ବଢିଲା ଚର୍ଚ୍ଚା । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶରେ ଲାଗୁ ହୋଇପାରେ ନାଗରିକତା ସଂଶୋଧନ ଆଇନ ।

150

କନକ ବ୍ୟୁରୋ: ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶରେ ଲାଗୁ ହୋଇପାରେ ନାଗରିକତା ସଂଶୋଧନ ଆଇନ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦେଶରେ ସିଏଏ ଆଇନ ଲାଗୁ କରାଇବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏଥିପାଇଁ ନିୟମ ପ୍ରସ୍ତୁତ ହୋଇସାରିଥିବା ବେଳେ ଅନଲାଇନ ପୋର୍ଟାଲ ମଧ୍ୟ ପ୍ରସ୍ତୁତ ଥିବା ଅଧିକାରିକ ସୁତ୍ରରୁ ଜଣାପଡିଥିବା ଦାବି କରାଯାଉଛି । ନାଗରିକତା ସଂଶୋଧନ ଆଇନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନରେ ହିଁ କରାଯିବ । ଆବେଦନକାରୀଙ୍କ ଠାରୁ ବିନା କାଗଜପତ୍ରରେ ଦେଶକୁ ଆସିଥିବା ବର୍ଷ ନେଇ ତଥ୍ୟ ଦେବାକୁ ପଡ଼ିବ । ୨୦୧୯ରେ ଏହି ଆଇନ ସଂସଦରେ ପାରିତ ହୋଇ ସାରିଥିବା ବେଳେ ଆଗାମୀ ନିର୍ବାଚନ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ପଡେଶୀ ଦେଶ ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶର ନିର୍ଯାତିତ ସଂଖ୍ୟାଲଘୁ ସମ୍ପ୍ରଦାୟ ମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଏହି ଆଇନର ମୂଳ ଲକ୍ଷ୍ୟ ।