କନକ ବ୍ୟୁରୋ : ସିନେମାପ୍ରେମୀଙ୍କ ପାଇଁ ଖୁସି ଖବର । ଦୀର୍ଘ ୭ମାସ ପରେ ଆଜିଠୁ ଖୋଲିବ ହଲ୍ । ସିନେମା ହଲ୍ ଖୋଲିବା ସହ ଦର୍ଶକ ଏବେ ନିଜର ମନପସନ୍ଦର ଫିଲ୍ମକୁ ବଡ଼ ସ୍କ୍ରିନରେ ଦେଖିବାକୁ ପାଇବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏନେଇ ଏସଓପି ଜାରି କରିଛନ୍ତି । ଗାଇଡଲାଇନକୁ ମାନି ଚାଲିବ ସିନେମା ହଲ୍ । ଏଥିରୁ ବିଚ୍ୟୁତ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ରାଜ୍ୟ ସରକାରଙ୍କ ତରଫରୁ ଅନୁମତି ମିଳିନଥିବାରୁ ରାଜ୍ୟରେ ବନ୍ଦ ରହିବ ସିନେମା ହଲ୍ ।
ସିନେମା ହଲ୍ ଖୋଲିବା ନେଇ ଜାରି ହୋଇଥିବା ଏସଓପି -
- ସିଟ୍ ସଂଖ୍ୟାର ୫୦%ରେ ଦର୍ଶକ ବସି ପାରିବେ, ୫୦% ସିଟ୍ ଖାଲି ରହିବ
- ଖାଲି ଥିବା ସିଟ୍ ଚିହ୍ନଟ କରି ରଖାଯିବ
- ଦର୍ଶକଙ୍କ ମଧ୍ୟରେ ଅତିକମରେ ୬ ଫୁଟର ଦୂରତା ବଜାୟ ରଖାଯିବ
- ହାତ ଧୋଇବା ଓ ହାତ ସାନିଟାଇଜ କରିବାକୁ ଗୁରୁତ୍ୱ ଦିଆଯିବ
- ପ୍ରବେଶ ସମୟରେ ଦର୍ଶକଙ୍କର ଥର୍ମାଲ ସ୍କ୍ରିନିଂ, ଲକ୍ଷଣ ନଥିଲେ ଏଣ୍ଟ୍ରି ଦିଆଯିବ ଅନୁମତି
- ପ୍ରସ୍ଥାନ ସମୟରେ ଧାଡିରେ ପର୍ଯ୍ୟାୟ କ୍ରମେ ଦର୍ଶକଙ୍କୁ ବାହରକୁ ଛଡାଯିବ
- ମଲଟିପଲ ସ୍କ୍ରିନରେ ପର୍ଯ୍ୟାୟକ୍ରମେ ସିନେମା ପ୍ରଦର୍ଶନ
- ସିନେମାହଲ କର୍ମଚାରୀ ଗ୍ଲୋଭସ, ମାସ୍କ, ପିପିଇ ପିନ୍ଧିବେ
- କଣ୍ଟାକ୍ଟ ଟ୍ରେସିଂ ପାଇଁ ଦର୍ଶକଙ୍କ ଫୋନ ନମ୍ବର ରଖାଯିବ
- ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ରହିବ
- ଇଣ୍ଟରମିସନ ସମୟରେ ଦର୍ଶକଙ୍କୁ ଅଯଥାରେ ନବୁଲିବାକୁ ପରାମର୍ଶ
- ଆରୋଗ୍ୟ ସେତୁ ଆପ ବ୍ୟବହାର ପାଇଁ ପରାମର୍ଶ
ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ -
- କାଉଣ୍ଟର ଅଞ୍ଚଳ ନିୟମିତ ସଫା କରାଯିବ
- ପର୍ଯ୍ୟାପ୍ତ ପରିମାଣର ଟିକେଟ୍ କାଉଣ୍ଟର ଖୋଲାଯିବ
- ଶାରୀରିକ ଦୂରତା ରକ୍ଷା ପାଇଁ ଫ୍ଲୋର ମାର୍କ ରହିବ
- ଗହଳି କମାଇବାକୁ ଦିନ ସାରା ଖୋଲା ରହିବ କାଉଣ୍ଟର
- ଅଗ୍ରୀମ ବୁକିଂ ପାଇଁ ଦର୍ଶକଙ୍କୁ ପ୍ରୋତ୍ସାହିତ କରାଯିବ
- ଖାଦ୍ୟ ପାନୀୟ ବିକ୍ରି ପାଇଁ ଅଧିକ କାଉଣ୍ଟର ରହିବ
କରୋନା ସଂକ୍ରମଣଠାରୁ ସତର୍କ ରହିବା ନେଇ ଲୋକଙ୍କୁ ସଚେତନ କରାଇବାକୁ ଏକ ମିନିଟର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ଗୋଟିଏ ଶୋ’ ଶେଷ ହେବା ପରେ ସମ୍ପୂର୍ଣ୍ଣ ହଲକୁ ସାନିଟାଇଜ୍ କରିବାକୁ ହେବ । ସାନିଟାଇଜ୍ ପରେ ହିଁ ପରବର୍ତ୍ତୀ ଶୋ’ ଆରମ୍ଭ ହେବ।