କରୋନା କଟକଣା ଭିତରେ ଗଲାଣି କେତେ ପୂଜାପାର୍ବଣ । ବଡଦିନ ବଜାର ବି ମାନ୍ଦା । ତଥାପି ଘର ସଜା ସାମଗ୍ରୀ ବିକି ଦୁଇ ପଇସା ରୋଜଗାର ଲକ୍ଷ୍ୟରେ ବ୍ୟବସାୟୀ ।

34

କନକ ବ୍ୟୁରୋ : ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପ୍ରାୟତଃ ସବୁ ପର୍ବପର୍ବାଣୀ ଫିକା ପଡିଛି । ଅନେକ କଟକଣା ଭିତରେ ଉତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ ବଡ ଦିନ ବି ଫିକା ପଡିଛି । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କର ଏହା ଏକ ପ୍ରମୁୁଖ ପର୍ବ ହୋଇଥିବା ବେଳେ ଏହାର ପାଳନ ଉପରେ ବି କଟକଣା ରହିଛି । ଏହାକୁ ନଜରରେ ରଖି ଚଳିତ ବର୍ଷ ଘରେ ବଡଦିନ ପାଳନ କରିବା ନେଇ ଅନେକ ଲୋକ ପ୍ରସ୍ତୁତି କରୁଛନ୍ତି ।

ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ବଡ ଧରଣର ଘର ସାଜସଜ୍ଜା ଦୋକାନ । ସାଂଟାକ୍ଲସଠାରୁ ଆରମ୍ଭ କରି ରେନ ଡିଅର, ପୁଷ୍ପଗୁଚ୍ଛ, ଜିଙ୍ଗଲ ବେଲ୍ ଆଦି କିଣିବାକୁ ଜମୁଛି ଗ୍ରାହକଙ୍କ ଭିଡ । ୫୦ଟଙ୍କାରୁ ଆରମ୍ଭ ହୋଇ ୨୨ହଜାର ଟଙ୍କା ଯାଏଁ ରହିଛି କ୍ରିଷ୍ଟମାସ୍ ଟ୍ରିର ମୂଲ୍ୟ ।

Comments are closed.