କନକ ବ୍ୟୁରୋ : ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପ୍ରାୟତଃ ସବୁ ପର୍ବପର୍ବାଣୀ ଫିକା ପଡିଛି । ଅନେକ କଟକଣା ଭିତରେ ଉତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ ବଡ ଦିନ ବି ଫିକା ପଡିଛି । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କର ଏହା ଏକ ପ୍ରମୁୁଖ ପର୍ବ ହୋଇଥିବା ବେଳେ ଏହାର ପାଳନ ଉପରେ ବି କଟକଣା ରହିଛି । ଏହାକୁ ନଜରରେ ରଖି ଚଳିତ ବର୍ଷ ଘରେ ବଡଦିନ ପାଳନ କରିବା ନେଇ ଅନେକ ଲୋକ ପ୍ରସ୍ତୁତି କରୁଛନ୍ତି ।
ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ବଡ ଧରଣର ଘର ସାଜସଜ୍ଜା ଦୋକାନ । ସାଂଟାକ୍ଲସଠାରୁ ଆରମ୍ଭ କରି ରେନ ଡିଅର, ପୁଷ୍ପଗୁଚ୍ଛ, ଜିଙ୍ଗଲ ବେଲ୍ ଆଦି କିଣିବାକୁ ଜମୁଛି ଗ୍ରାହକଙ୍କ ଭିଡ । ୫୦ଟଙ୍କାରୁ ଆରମ୍ଭ ହୋଇ ୨୨ହଜାର ଟଙ୍କା ଯାଏଁ ରହିଛି କ୍ରିଷ୍ଟମାସ୍ ଟ୍ରିର ମୂଲ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/vlcsnap-2020-12-20-21h53m45s147.png)