କନକ ବ୍ୟୁରୋ : ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସଂଘର ଗଣ ସତ୍ୟାଗ୍ରହ । ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ ଓ ଟଙ୍କା ଫେରସ୍ତ ଦାବିରେ ଜମାକାରୀ ଗଣସତ୍ୟାଗ୍ରହ କରାଯାଉଛି । ରାଜ୍ୟରେ ଥିବା ୩୧୭ଟି ତହସିଲ ଆଗରେ ବିକ୍ଷୋଭ କରୁଛି ସଂଘ । ଡିଜିଟାଲ ମାଧ୍ୟମରେ ସଂଘ ପକ୍ଷରୁ ପ୍ରତିବାଦ କରାଯାଉଛି । କୋଭିଡ୍ କଟକଣାକୁ ମାନି ପ୍ରତି ତହସିଲ ଅଫିସ୍ ଆଗରେ ୧୧ରୁ ୨୫ ଜଣ ବିକ୍ଷୋଭରେ ସାମିଲ ହୋଇଛନ୍ତି ।

Advertisment

ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାବିରେ ଦୀର୍ଘ ୯ ବର୍ଷ ହେଲା ଆନ୍ଦୋଳନ କରାଯାଉଛି । ବିଭିନ୍ନ ଚିଟଫଣ୍ଡ କମ୍ପାନୀରେ ଅର୍ଥ ଲଗାଇ କୋଟି କୋଟି ଟଙ୍କା ହରାଇଛନ୍ତି ଜମାକାରୀ । କର୍ପସ୍ ଫଣ୍ଡ ତଥା ତହସିଲ ମାଧ୍ୟମରେ ଚିହ୍ନଟ କରାଯାଇ ଛୋଟ ବଡ଼ ଜମାକାରୀଙ୍କୁ ଟଙ୍କା ଫେରାଇବାର ପ୍ରତିଶ୍ରୁତି ପୂରଣ ନହେବାରୁ ଜମାକାରୀ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।