ଉଦଘାଟନର ବର୍ଷେ ନପୁରୁଣ ଗ୍ରାମୀଣ ପାର୍କରେ ଝୁଲିଲା ତାଲା । ୩ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ପାର୍କରୁ ଚୋରି ହୋଇଗଲାଣି ସରଞ୍ଜାମ

238

କନକ ବ୍ୟୁରୋ : କେଉଁଠି ପାର୍କ ତ ଆଉ କେଉଁଠି ଉଦ୍ୟାନ । ତ ଆଉ କେଉଠି ଫୁଡ଼ ପାର୍କ ତ ଆଉ କେଉଁଠି ପର୍ଯ୍ୟଟନ ସ୍ଥଳ । ଖେଳ କସରତ ସାଙ୍ଗକୁ ସବୁ ପ୍ରକାର ଆଧୁନିକ ଉପକରଣ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ରସ୍ତା କଡ଼ରେ ନିର୍ମାଣ କଲା ପ୍ରଶାସନ । ଉଦଘାଟନର ବର୍ଷେ ନପୁରୁଣୁ କେଉଁଠି ତାଲା ଝୁଲୁଛି ତ ଆଉ କେଉଁଠି ପାର୍କର ସରଞାମ ଚୋରି ହୋଇଗଲାଣି । ସରକାର ଙ୍କର କୋଟି କୋଟି ଟଙ୍କାର ଯୋଜନା କାହା ସ୍ୱାର୍ଥରେ ବୋଲି ଏବେ ବୁଦ୍ଧିଜିବି ପ୍ରଶ୍ନ ଉଠାଇଛନ୍ତି ।

ବୋରିଗୁମ୍ମା ବ୍ଲକରେ ରହିଛି ୩୧ଟି ପଞ୍ଚାୟତ । ୩ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟରେ ପ୍ରତି ପଚାଂୟତରେ ଗ୍ରାମୀଣ ପାର୍କ ନିର୍ମାଣ କରାଯାଇଥିଲା । ତା’ସହ ରାସ୍ତା କଡ଼ରେ ୩୪ ଲକ୍ଷ ଟଙ୍କା ବ୍ୟୟରେ ଫୁଡ୍ ପାର୍କ ଓ ୨ କୋଟିରୁ ଊଦ୍ଧ୍ୱର୍ ଟଙ୍କାରେ ପୁରୁଣା ବୋରିଗୁମ୍ମାରେ ପର୍ଯ୍ୟଟନ ସ୍ଥଳ ନିର୍ମାଣ ହୋଇଥିଲା । (ଆଲଫା ଟେକ୍ସଟିଂ) ପାର୍କରେ ଏରୋପ୍ଲେନ୍, ଅଶୋକ ଚକ୍ର, ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତି ତିଆରି କରାଯାଇଥିଲା । ରୋଜଗାର ବଢ଼଼ିବ, ଅଚଂଳର ବିକାଶ ହେବ । ଅନ୍ୟ ସହର ସହ ଯୋଡ଼ି ହେବ ବୋରିଗୁମ୍ମା । ହେଲେ ବାସ୍ତବ ଚିତ୍ର ଅଲଗା । ଫୁଡ୍ ପାର୍କ ଓ ଗ୍ରାମୀଣ ପାର୍କରେ ତାଲା ଝୁଲୁଥିବା ବେଳେ ପର୍ଯ୍ୟଟନ ସ୍ଥଳରୁ ସରଞ୍ଜାମ ସବୁ ଚୋରି ହୋଇଗଲାଣି । ବାକି ପରିବେଶର ବାର୍ତା ଦେଉଥିବା ବନ୍ୟ ଜନ୍ତୁ ସବୁ ଲୁଚି ଗଲାଣି ।

ମହିଳାଙ୍କ ବିକାଶ ହେବ । ଗ୍ରାମୀଣ ପାର୍କ ଠାରୁ ଫୁଡ୍ ପାର୍କ ଓ ପର୍ଯ୍ୟଟନ ସ୍ଥଳକୁ ସ୍ମୟଂସହାୟକ ଦଳର ସଭ୍ୟମାନେ ଦାୟିତ୍ୱରେ ରହିବେ । ହେଲେ ଉଦଘାଟନର ବର୍ଷେ ନ ପୁରୁଣୁ ସବୁ ନଷ୍ଟ ହୋଇଗଲାଣି । କେବଳ ସରକାରୀ କାଗଜ କଲମରେ ମିଳିଛି ଦାୟିତ୍ୱ, କିନ୍ତୁ ବାସ୍ତବରେ କୋଟି କୋଟି ଟଙ୍କାରେ ନିର୍ମିତ ସରକାରୀ ଯୋଜନା ସବୁ ପାଣିରେ ବୁଡ଼ିଲା ଭଳି ଦେଖାଦେଇଛି । ଏଥିପାଇଁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଅଞ୍ଚର ବିକାଶ ପାଇଁ ଜିଲ୍ଳା ପ୍ରଶାସନ ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ କାର୍ଯ୍ୟ ସରିବା ପରେ ଏହାର ରକ୍ଷଣାବେକ୍ଷଣ କରାଯାଉନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି ।