ତାଲା ପରେ ପାଲା: ଘଟଣା ପ୍ରଘଟ ହେବା ପରେ ଶିକ୍ଷୟିତ୍ରୀଙ୍କ ଅଜବ ଯୁକ୍ତି, କହିଲେ ଆଗରୁ ବି ପିଲାଙ୍କୁ ତାଲା ପକାଇ ରଖାଯାଇଛି

945

କନକ ବ୍ୟୁରୋ: ବାଲେଶ୍ୱର ମଠସାହି ମହାବୀର ସ୍କୁଲରେ ପିଲାକୁ ତାଲା ପକାଇବା ଘଟଣା । ସ୍କୁଲର ଅବହେଳା ପ୍ରଘଟ ହେବା ପରେ ଅଜବ ଯୁକ୍ତି ବାଢିଲେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହାପାତ୍ର । ସ୍କୁଲରେ ଏମିତି ପିଲାଙ୍କୁ ତାଲା ପକାଇ ରଖାଯାଏ ବୋଲି କହିଲେ ଶିକ୍ଷୟିତ୍ରୀ । ପିଲାଟି ଅସ୍ୱାଭାବିକ ଥିବାରୁ ତାକୁ ଛାଡି ନଥିଲୁ, ତା ବାପା ଆସିବା ଯାଏଁ ଅପେକ୍ଷା କରିଥିଲୁ ତେଣୁ ପିଅନ ତାଲା ପକାଇ ପଳାଇଥିଲା ।

ତେବେ ରାସ୍ତା କଡରେ ସ୍କୁଲ ଥିବାରୁ ପୂର୍ବରୁ ଅନେକ ଥର ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପିଲାଙ୍କୁ ତାଲା ପକାଇ ରଖାଯାଇଛି ବୋଲି ଶିକ୍ଷୟିତ୍ରୀ କହିଛନ୍ତି । ଘଟଣାର ତଦନ୍ତ ପାଇଁ ସିଆରସିସିଙ୍କ ନେତୃତ୍ୱରେ ଏକ ଟିମ୍ ସ୍କୁଲକୁ ଯିବା ପରେ ନିଜ ଭୁଲ ମାନିଛନ୍ତି ଶିକ୍ଷୟିତ୍ରୀ । ପିଅନ ଏମିତି କରିବା ଉଚିତ ନଥିଲା ବୋଲି ପ୍ରଧାନ ଶିକ୍ଷୟିତ୍ରୀ ମାନିଛନ୍ତି । ତେବେ ପିଲାଟି ପାଇଖାନା ଯାଇଥିବା ଜାଣି ବି ଶିକ୍ଷୟିତ୍ରୀ ସ୍କୁଲ ଛୁଟି ହେବା ପରେ କେମିତି ଏ କଥାକୁ ଭୁଲିଗଲେ ଆଉ ଖାମଖିଆଲି ଭାବେ ଛାଡି ଦେଇ ଗଲେ ତାହା ଏବେ ବଡ ପ୍ରଶ୍ନ ଛିଡା କରିଛି ।