କନକ ବ୍ୟୁରୋ: ରାସ୍ତାରୋକ କଲେ ଛାତ୍ରଛାତ୍ରୀ । ସ୍କୁଲ ବସ ନନେବା କାରଣରୁ ପାରାଦୀପ ଦୋଛକିରେ ରାଜରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ । ପାରାଦୀପ ଏନଏସି ସ୍କୁଲର ପିଲାମାନେ ଉଦୟବଟରେ ବସକୁ ଅପେକ୍ଷା କରିଥିଲେ । ହେଲେ ବସ୍ ଛାତ୍ରଛାତ୍ରୀଙ୍କୁ ନନେବାରୁ ସେମାନେ ରାସ୍ତରୋକ କରିଥିଲେ । ଫଳରେ ଗାଡି ଚଳାଚଳ ବାଧାହେବା ସହ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ପାରାଦୀପରେ ଥିବା ବିଭିନ୍ନ ସ୍କୁଲକୁ ଯିବା ପାଇଁ ବସ ଉପରେ ନିର୍ଭର କରିଥାନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟଗୁଡିକୁ ପିଲାମାନଙ୍କୁ ନେବା ପାଇଁ ନିୟୋଜିତ ବସ ପାଇଁ ବର୍ଷକୁ ଏକ ଧାର୍ଯ୍ୟ ଦେୟ ସ୍ଥିତ କରାଯାଇଛି । ତେବେ ଦୁଇବର୍ଷ ଧରି କରୋନା କଟକଣା କାରଣରୁ ସ୍କୁଲ ସବୁ ବନ୍ଦ ରହିଥିଲା । ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ବସ ଯୋଗେ ପିଲାମାନେ ଯିବା ଆସିବା କରିବା ପାଇଁ ସ୍କୁଲ କର୍ତୃପକ୍ଷ ଓ ବନ୍ଦର ପ୍ରଶାସନ ତରଫରୁ ଏକ ବୈଠକ ହୋଇଥିଲା । ଏବଂ ନିର୍ଦ୍ଧିଷ୍ଟ ସମୟରେ ବର୍ଷକର ଦେୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ କୋଭିଡକୁ ଦୃଷ୍ଟିରେ ରଖି କିଛି ବସ୍ତି ଅଞ୍ଚଳର ଅବିଭାବକମାନେ ପିଲାଙ୍କ ଯାତାୟତ ନିମନ୍ତେ ଅର୍ଥ ପୈଠ କରିବାରେ ବିଳମ୍ବ କରିଥିଲେ । ବିଳମ୍ବରେ ବାକି ଟଙ୍କା ଦେବାରୁ ବିଦ୍ୟାଳୟ କର୍ତୃପକ୍ଷ ଗ୍ରହଣ କରିନାହାନ୍ତି । ଫଳରେ ପିଲାମାନେ ବସ୍ ଯୋଗେ ସ୍କୁଲକୁ ଯିବା ପାଇଁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନେ ଆଜି ରାସ୍ତାକୁ ଓହ୍ଲାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/08/10-18.jpg)