ତୈଳ ଉପରେ ଭାଟ କମାଇବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ବିରୋଧ କଲେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ । ପଢନ୍ତୁ, କିଏ କହିଲେ କଣ?

506

କନକ ବ୍ୟୁରୋ: ବୁଧବାର ରାଜ୍ୟମାନଙ୍କୁ ଭାଟ ହ୍ରାସ କରିବା ପାଇଁ ପରାର୍ମଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ଭାଟ ହ୍ରାସ ନହେବା ଯୋଗୁଁ କିଭଳି ତେଲ ଦର ବୃଦ୍ଧି ପାଉଛି ଓ ସାଧାରଣ ଜନତାଙ୍କ ଉପରେ ଏହାର ବୋଝ ପଡିଛି ସେନେଇ ରାଜ୍ୟ ସରକାରଙ୍କୁ ଅପିଲ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପର୍ରାମଶକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ୮ଟି ରାଜ୍ୟର ସରକାର । ବୟାନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ତରିକାରେ ସମାଲୋଚନା ଆରମ୍ଭ କରିଛନ୍ତି ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ବୁଧବାର କୋଭିଡସ୍ଥିତି ସମୀକ୍ଷା ବୈଠକରେ ରାଜ୍ୟମାନଙ୍କୁ ପେଟ୍ରୋଲ ଓ ଡିଜେଲ ଦର ଉପରେ ଭାଟ ହଟାଇବାକୁ ପରାର୍ମଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି କମାଇବା ସତ୍ୱେ କିଛି ରାଜ୍ୟ ଟ୍ୟାକ୍ସ କାଟିଲେ ନାହିଁ ଫଳରେ ତୈଳ ଦର ବୃଦ୍ଧି ପାଇଥିବା ରାଜ୍ୟମାନଙ୍କୁ କହିଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଏହି କଥାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ । ଏବେ ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ ମୋଦିଙ୍କ ବୟାନକୁ ସମାଲୋଚନା କରି ନିଜ ନିଜର କଡ଼ା ପ୍ରତିକ୍ରିୟା ରଖୁଛନ୍ତି ।

  • ତେଜିଲା ତେଲ ରାଜନୀତି
  • ପ୍ରଧାନମନ୍ତ୍ରୀଙ୍କ ଅପିଲ୍,ବିରୋଧୀଙ୍କ ଆପତ୍ତି

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏହି ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କେସିଆର କହିଛନ୍ତି ରାଜ୍ୟମାନଙ୍କୁ ପର୍ରାମଶ ଦେବା ବଦଳରେ କେନ୍ଦ୍ର ଟିକସ କାଟ କଣ ପାଇଁ କରୁନି ? କେନ୍ଦ୍ର କେବଳ ଟିକସ ବୃଦ୍ଧି କରିନି ବଂର ସେସ୍ ମଧ୍ୟ ଆଦାୟ କରୁଛି । ବର୍ଦ୍ଧିତ ଟିକସର ସୂଚନା ଦିଅନ୍ତୁ କେନ୍ଦ୍ର ସରକାର । ସେପଟେ ମମତା ବାନାର୍ଜୀ କହିଛନ୍ତି ଯେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ରିହାତି ଦେବା ପାଇଁ ଗତ ୩ ବର୍ଷରେ ୧୫ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଏକତରଫା ଓ ବିଭ୍ରାନ୍ତିକରକ ଅଟେ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମାଲୋଚନା କରି କହିଛନ୍ତି ଯେ ଇନ୍ଧନ ଦର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରାଯିବା ଅନୁଚିତ । ଲିଟର ପିଛା ପେଟ୍ରୋଲ ଉପରେ କେନ୍ଦ୍ର ୩୧ ଟଙ୍କା ୫୮ ପଇସା ଟିକସ ଲାଗୁ କରିଛନ୍ତି ଓ ରାଜ୍ୟ ସରକାର ୩୨ଟଙ୍କା ୫୫ ପଇସା ଲାଗୁ କରିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ପାଇଁ ନୁହେଁ ବଂର କେନ୍ଦ୍ର ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଟୁଇଟ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଇନ୍ଧନ, କୋଇଲା, ପେଟ୍ରୋଲ ଦର ବୃଦ୍ଧି ସହ ଅକ୍ସିଜେନ ଅଭାବ ପାଇଁ ମୋଦି ସରକାର ରାଜ୍ୟମାନଙ୍କୁ ଉପରେ ଦୋଷ ଲଦୁଛନ୍ତି । ପ୍ରକୃତରେ କିନ୍ତୁ ୬୦ ପ୍ରତିଶତ ଟକସ କେନ୍ଦ୍ର ନିଏ । ତଥାପି ପ୍ରଧାନମନ୍ତ୍ରୀ ନିଜ ଦାୟିତ୍ୱରୁ ଓହରି ରାଜ୍ୟଉପରେ ଦୋଷ ଲଦୁଛନ୍ତି । ସେସ ମାଧ୍ୟମରେ କେନ୍ଦ୍ର ପାଉଥିବା ରାଜସ୍ୱ ରାଜ୍ୟକୁ ମିଳୁନଥିବା କହିଛନ୍ତି ତାମିଲନାଡୁ ଶାସକ ଦଳ ଡିଏମକେ ମୁଖପାତ୍ର ଏ ସରଭାନନ । ତେଣୁ କେନ୍ଦ୍ର ସରକାର ସେସ୍ ନିଅନ୍ତୁ ନାହିଁ ଓ ଭାଟ ଲଗାଇବାକୁ ରାଜ୍ୟ ସରକାରଙ୍କୁ ବାଧ୍ୟ କରନ୍ତୁ ନାହିଁ ି ।

ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଳର ମୂଲ୍ୟ ବଢିବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହୋଇଛି । ଯାହାର ପ୍ରଭାବ ସିଧାସଳଖ ଲୋକଙ୍କ ପକେଟ ଉପରେ ପଡୁଛି । ଦେଶର ମୁଦ୍ରାସ୍ଫିତି ପ୍ରଭାବିତ ହେଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟଳସ କମାଇବାକୁ ଆହ୍ୱାନ କରିଛନ୍ତି ଅର୍ଥନୈତିକ ବିଶେଷଜ୍ଞ । ଏହାରି ଭିତରେ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ଟୁଇଟ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । ମହାରାଷ୍ଟ୍ର ସରକାର ୨୦୧୮ ପରଠାରୁ ଟିକସ ବାବଦରେ ପ୍ରାୟ ୮୦ ହଜାର କୋଟି ଟଙ୍କା ପାଇଥିବା ବେଳେ ଚଳିତ ବର୍ଷ ୩୩ ହଜାର କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଉଦ୍ଧବ ସରକାର ଭାଟ ହ୍ରାସ କରିବା ଉଚିତ କି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ।