କନକ ବ୍ୟୁରୋ: ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ଯୁଦ୍ଧ ଏଯାଏଁ ସରିନାହିଁ । ଅନ୍ୟ ରାଜ୍ୟମାନଙ୍କରେ ଏବେ ବି କରୋନା ସଂକ୍ରମଣ ବଢୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ଯଦି କରୋନା ନିୟମ ରାଜ୍ୟରେ ଠିକ ଭାବେ ପାଳନ ନହୁଏ ତେବେ ଆମେ ପୁଣି ଲକଡାଉନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଭୁବନେଶ୍ୱରରେ କୋଭିଡ ସ୍ଥିତି ସ୍ଥିର ରହିଛି । ଲକଡାଉନ ଯୋଗୁଁ ବହୁତ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି । ଜୀବନ ଓ ଜୀବିକା ଉଭୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କରୋନା ଭାଇରସ ଏବେ ବି ଆମ ଆଖ ପାଖରେ ଲୁଚି ରହିଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ନିହାତି ଦରକାର ନହେଲେ ଦୋକାନ ବଜାର ଯାଆନ୍ତୁନି । ଭିଡ କରନ୍ତୁ ନାହିଁ । ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ ।