କନକ ବ୍ୟୁରୋ: ଉପ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ । ତିର୍ତ୍ତୋଲ ଓ ବାଲେଶ୍ୱରରେ ବିପୁଳ ବିଜୟ ପରେ ଦୁଇଟି ଆସନର ବିଜେତା ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ନବୀନ । ବିଜୟୀ ହୋଇଥିବା ନୂଆ ବିଧାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ମନ୍ତ୍ର ଦେଲେ ନବୀନ । ତିର୍ତ୍ତୋଲବାସୀ, କର୍ମୀଙ୍କୁ ଧନ୍ୟବାଦ ଜଣାଇବା ସମୟରେ ନବୀନ କହିଲେ ବିଜେଡିକୁ ପୁଣି ବିଶ୍ୱାସକୁ ନେଇଥିବାରୁ ତିର୍ତ୍ତୋଲବାସୀଙ୍କ ପାଖେ ମୁଁ ଋଣୀ ।
ତେବେ ବିଜୟ ପାଇଁ ଆମ କର୍ମୀମାନେ ବହୁତ ପରିଶ୍ରମ କରିଛନ୍ତି । କରୋନା କାଳରେ ନିୟମ ମାନି କାମ କରିଥିବାରୁ ଆପଣଙ୍କୁ ଧନ୍ୟବାଦ । ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ । ବିଜୟୀ ହୋଇଥିବା ବିଜୟ ଶଙ୍କରଙ୍କୁ ମୋର ଅଭିିନନ୍ଦନ । ତିର୍ତ୍ତୋଲର ବିକାଶ ପାଇଁ ଆପଣ କାମ ଜାରି ରଖନ୍ତୁ । କରୋନା ସମୟରେ ଲୋକଙ୍କ ପାଖକୁ ଯାଆନ୍ତୁ । ଲୋକଙ୍କ ସମସ୍ୟା ବୁଝନ୍ତୁ । ସେମାନଙ୍କ ପ୍ରତିଟି ସମସ୍ୟା ଶୁଣି ମତେ କୁହନ୍ତୁ ଆଉ ତାର ସମାଧାନ କରନ୍ତୁ ବୋଲି ନବୀନ ତିର୍ତ୍ତୋଲର ନୂଆ ବିଧୟକ ବିଜୟ ଶଙ୍କରଙ୍କୁ ପରାମର୍ଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/15-15.jpg)