ଆଜି ଅନୁଗୁଳ ଓ ଢ଼େଙ୍କାନାଳରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଉପକୃତ ହେବେ ୨ ଲକ୍ଷ ୯୪ ହଜାର ପରିବାର

Advertisment
ଆଜି ଅନୁଗୁଳ ଓ ଢ଼େଙ୍କାନାଳରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଉପକୃତ ହେବେ ୨ ଲକ୍ଷ ୯୪ ହଜାର ପରିବାର

କନକ ବ୍ୟୁରୋ: ଆଜି ଢ଼େଙ୍କାନାଳ ଓ ଅନୁଗୁଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଢେଙ୍କାନାଳ ଜିଲ୍ଲାର ୪୪୮ ଗୋଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ ସହିତ ୨ ଲକ୍ଷ ୯୪ ହଜାର ପରିବାରକୁ ୯ ଲକ୍ଷ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାର ଯୋଜନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଜିଲ୍ଲାରେ ୯ ଲକ୍ଷ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାର ଯୋଜନା ରହିଛି । ଏକା ସଙ୍ଗରେ ୮ଟି ବ୍ଲକ ସହିତ ୩ଟି ଏନଏସି, ପୌରାଞ୍ଚଳରେ ଏହି କାର୍ଡ ବଣ୍ଟନ କରାଯିବା ସେହିପରି ସଦର ବ୍ଲକ ୩୦ଟି ପଞ୍ଚାୟତରେ ୩୯ ହଜାର ୧୦୩ ଜଣ, ଗଁଦିଆର ୨୯ଟି ପଞ୍ଚାୟତରେ ୩୪ ହଜାର ୪୮୯, କାମାକ୍ଷାନଗର ବ୍ଲକ ୨୨ଟି ପଞ୍ଚାୟତରେ ୨୭ ହଜାର ୩୬୭, ହିନ୍ଦୋଳ ବ୍ଲକ ୩୫ଟି ପଞ୍ଚାୟତରେ ୪୫ ହଜାର ୩୧୭ ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ । ସେହିପରି ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୩୫୧ କୋଟି ୨୦ ଲକ୍ଷ ୧୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ୨୩୪ ପ୍ରକଳ୍ପର ଶୁଭାରମ୍ଭ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe