କନକ ବ୍ୟୁରୋ: ୧୬ତାରିଖରେ ରାଜଧାନୀରେ ରୋଡ ସୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋଡ ସୋ’ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ଗଙ୍ଗନଗର ଛକରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ । ଗୋପବନ୍ଧୁ ଛକ, ଡିଏଭି ଛକ, ଏଚଡିଏଫସି ବ୍ୟାଙ୍କ ଛକ, ନୂଆ ସାହି, ବେହେରା ସାହି, ନିକ୍କୋ ପାର୍କ ଛକ ଓ ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ ଚାଲିବ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ । ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ବେଳେ ବ୍ୟାରିକେଡିଂ କରାଯିବ । ଏହାସହ କର୍ଡନ ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯିବ । ରୋଡ ସୋ’ ସମୟରେ ସିନିଅର ପୋଲିସ ଅଧିକାରୀମାନେ ଉପସ୍ଥିତ ରହିବେ । ଉଚ୍ଚ ବିଲଣ୍ଡିଂ ଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ ।