ବିହାରରେ ବଦଳିପାରେ ସମିକରଣ । ୧୨ ଟି ଆସନ ଯୋଗାଡ କରିବାକୁ ଆରଜେଡିର ପ୍ରୟାସ । ସମର୍ଥନ କରିବାକୁ ଓୱେସୀ ରାଜି, ମୁକେଶ ଶାହାଣୀଙ୍କ ଦାବି ଉପ-ମୁଖ୍ୟମନ୍ତ୍ରୀ ପଦ । ଆରଜେଡି କହିଲା ଦ୍ୱାର ଖୋଲା ଅଛି

8,514

କନକ ବ୍ୟୁରୋ : ବିହାର ନିର୍ବାଚନ ଫଳା ଫଳ ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଛି କି ବିହାରର ଭୋଟର ଏନଡିଏକୁ ସରକାର ଗଠନ ପାଇଁ ବହୁମତ ଦେଇଛନ୍ତି । ହେଲେ ଚଳିତ ନିର୍ବାଚନରେ ସମିକରଣ କିଛିମାତ୍ରାରେ ବଦଳିଛି । ଏଥର ସାନଭାଇର ଭୂମିକାରେ ଥିବା ବିଜେପିକୁ ବିହାର ଭୋଟର ରାଜ୍ୟର ଦ୍ୱିତୀୟ ନମ୍ବର ବୃହତ ପାର୍ଟି ଭାବେ ପରଗଣିତ କରିଛନ୍ତି । ହେଲେ ପ୍ରଥମ ବୃହତ ପାର୍ଟି ଭାବେ ଆରଜେଡି ବିହାରରେ ୧ ନମ୍ବର ପାର୍ଟି ହୋଇଛି । ମାତ୍ର ଆରଜେଡିକୁ ସରକାର କରିବାକୁ ମାତ୍ର ୧୨ ଟି ଆସନ ଦରକାର ପଡୁଛି । ଅନ୍ୟପଟେ ଜେଡିୟୁକୁ ଚଳିତ ନିର୍ବାଚନରେ ମାତ୍ର ୪୩ ଟି ଆସନ ମିଳିଛି । ହେଲେ ବିଜେପି ସ୍ପଷ୍ଟ କରିଛି କି ନିତୀଶ କୁମାର ହିଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ।
ଏଭଳି ସ୍ଥିତିରେ ମହାଗଠବନ୍ଧନ ସରକାର କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଆବଶ୍ୟକ ଥିବା ୧୨ ଟି ଆସନ ପାଇଁ ଆରଜେଡି ତା’ର ୫ ଟି ପୂର୍ବସହଯୋଗୀ ଦଳମାନଙ୍କ ସହ ଯୋଗା ଯୋଗ କରୁଛି । ଯେଉଁଦଳମାନେ କି ପୂର୍ବରୁ ଆରଜେଡି ସହିତ ଥିଲେ । ଏକ ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ ଆରଜେଡି ମୁକେଶ ଶାହାଣୀଙ୍କ ବିକାଶଶୀଳ ଇନସାନ୍ ପାର୍ଟି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ୍ ରାମ ମାଞ୍ଝୀଙ୍କ ହିନ୍ଦୁସ୍ଥାନୀ ଆୱାମମୋର୍ଚ୍ଚା ପାର୍ଟି ସହ ଯୋଗା ଯୋଗ ଆରମ୍ଭ କରିଛି । ଏହା ସହ ଆରଜେଡି ଓୱେସୀଙ୍କ ସହ ବି ସଂପର୍କରେ ଥିବା ଜଣାପଡିଛି । ଓୱେସୀଙ୍କ ନିକଟରେ ୫ ଜଣ ବିଧାୟକ ଓ ଭିଆଇପି ଓ ଏଚଏଏମ୍ ର ୪ ଜଣ ବିଧାୟକ ରହିଛନ୍ତି । ଏମାନେ ଯଦି ମହାଗଠବନ୍ଧନରେ ସାମିଲ ହେବାକୁ ରାଜି ହୁଅନ୍ତି ତେବେ ନିତୀଶଙ୍କ ପାଇଁ ବଢିପାରେ ଅଡୁଆ ।
କହିରଖୁ କି ଭିଆଇପି ଓ ଏଚଏଏମ୍ ପୂର୍ବରୁ ମହାଗଠବନ୍ଧନ ସହିତ ରହିଥିଲେ । ହେଲେ ଚଳିତ ନିର୍ବାଚନର ଠିକ୍ ପୂର୍ବରୁ ସେମାନେ ବିଜେପି ନେତୃତ୍ୱାଧୀନ ଏନଡିଏ ସହିତ ଚାଲିଯାଇଥିଲେ । ଏବେ ଆରଜେଡିର ଜଣେ ନେତା କହିଛନ୍ତି କି ସେମାନଙ୍କୁ ମନାଇବା ପାଇଁ ଥରେ ଚେଷ୍ଟା କରିବାରେ କିଛି ଅସୁବିଧା ନାହିଁ । ସେମାନେ ଯଦି ରାଜି ହୋଇଯିବେ ତେବେ ତାହା ସେମାନଙ୍କ ପାଇଁ ଲାଭଦାୟକ ହେବ । ଏନଡିଏ ଠାରୁ ସେମାନଙ୍କୁ ଭଲ ପଦ ଦିଆଯିବ । ଏହାସହ ସେ ସ୍ପଷ୍ଟ କରିଛନ୍ତିକି ଓୱେସୀ ମହାଗଠବନ୍ଧନକୁ ସମର୍ଥନ ଦେବାକୁ ରାଜି ହୋଇଛନ୍ତି ।
ଅନ୍ୟପଟେ ଭିଆଇପି ଓ ଏଚଏଏମ୍ କୁ ନେଇ ଆରଜେଡି ନେତା ଜଣଙ୍କ କହିଛନ୍ତି କି ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ କୌଣସି ସ୍ପଷ୍ଟ ସଂକେତ ଦେଇ ନାହାନ୍ତି । ହେଲେ ସେମାନଙ୍କ ପାଇଁ ଆମ ଦ୍ୱାର ସବୁବେଳେ ଖୋଲା ରହିଛି । ‘ ମୁକେଶ ଶାହାଣୀ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିଛନ୍ତି ଓ ଆମେ ସେଥିପାଇଁ ରାଜି ଅଛୁ ’
ଜାତୀୟଗଣମାଧ୍ୟମ ସୂଚନା ମୁତାବକ ଭିଆଇପି ଓ ଏଚଏଏମ୍ ର ନେତା କହିଛନ୍ତି କି ଏହା ସତ ଯେ ଆରଜେଡିର ନେତାମାନେ ଆମ ସହିତ ଯୋଗା ଯୋଗ କରିଛନ୍ତି । ହେଲେ ଦଳ ପକ୍ଷରୁ ଏନେଇ କିଛି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇ ନାହିଁ । ଆମେ ଏବେ ଏନଡିଏ ସହ ଅଛୁ । ଏନଡିଏ ଯଦି ଆମକୁ ଯେତିକି ପଦ ମିଳିବା କଥା ତାହା ନକରେ ତେବେ ଆମେ ଏହା ଉପରେ ବିଚାର କରିବୁ । ସେପଟେ ଓୱେସୀଙ୍କ ପାଟି ଏଆଇଏମଆଇଏମ୍ ର ବିହାର ଅଧ୍ୟକ୍ଷ ଅସ୍ତରୁଲ ଆଇମାନ କହିଛନ୍ତି ବିଭାଜନକାରୀ ଶକ୍ତି ମାନଙ୍କୁ କ୍ଷମତାରୁ ଦୂରେଇ ରଖିବାକୁ ଯାହା କରିବାକୁ ପଡିବ ଆମେ କରିବୁ ।
ଅନ୍ୟଜଣେ ଆରଜେଡି ନେତା ନିର୍ବାଚନର ରଣନୀତିକୁ ନେଇ କରିଥିବା ଭୂଲକୁ ସ୍ୱିକାର କରିଛନ୍ତି । ସେ କହିଛନ୍ତି କି ଭିଆଇପି ପ୍ରମାଣ କରିଦେଲା ଯେ ତାଙ୍କଦଳ ସପକ୍ଷରେ ପଛୁଆବର୍ଗ ଭୋଟରଙ୍କ ସମର୍ଥନ ରହିଛି । କଂଗ୍ରେସ ଆମପାଇଁ ବୋଝ ହୋଇଗଲା । କଂଗ୍ରେସକୁ ୭୦ ଆସନ ଦେବା ଦଳପାଇଁ ମସ୍ତବଡ ଭୂଲ । ଏହି ଆସନକୁ ଆମେ ଯଦି କିଛି ବାମଦଳ ମାନଙ୍କୁ ଦେଇଥା’ନ୍ତୁ ହୁଏତ ଆଜି ଆମେ ବହୁମତ ହାସଲ କରିପାରିଥା’ନ୍ତୁ ।